ଅଗ୍ନିପଥ ଯୋଜନା ପ୍ରତ୍ୟାହାର ନେଇ ଛତ୍ରପୁର କଂଗ୍ରେସର ସତ୍ୟାଗ୍ରହ

add-all

ଛତ୍ରପୁର : କେନ୍ଦ୍ର ବିଜେପି ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ନିଖିଳ ଉତ୍କଳ ଭାରତ କଂଗ୍ରେସର ଦ୍ବିତୀୟ ପର୍ଯ୍ୟାୟ ଡାକରାରେ ,ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସାମ୍ନାରେ ସତ୍ଯାଗ୍ରହ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି କଂଗ୍ରେସ କର୍ମୀ ଅଗ୍ନିପଥ ପ୍ରତ୍ଯାହାର ନେଇ ବିରୋଧ ପ୍ରଦର୍ଶନ କରଛି ।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ , କେନ୍ଦ୍ର ସରକାର ତରବରିଆ ଭାବେ ଏହି ଅଗ୍ନିପଥ ଯୋଜନା ଲାଗୁ କରିବା ଫଳରେ ଦେଶର ହଜାର ହଜାର ଯୁବକ ମାନଙ୍କ ସ୍ବପ୍ନ ଆଜି ଧୁଳିସାତ ହୋଇଯାଇଛି। ଏହି ଯୋଜନା ଲାଗୁହେବା ଦ୍ବାରା ସେନା ବାହିନୀର ପୂର୍ବରୁ ପ୍ରଚଳିତ ବ୍ୟବସ୍ଥା ସଂପୂର୍ଣ୍ଣ ମୂଲ୍ଯହୀନ ହୋଇଯିବ । ମୋଦି ସରକାର ଦେଶର ସେନା ବାହିନୀକୁ ଠିକା ବ୍ଯବସ୍ଥାରେ ରୁପାନ୍ତରିତ କରି ଦେଶର ସେନାବାହିନୀକୁ ଘୋରେଇକରଣ କରିବା ପାଇଁ ଏହା ସୁପ୍ରାୟୋଜିତ ଯୋଜନା ହୋଇଛି ବୋଲି କଂଗ୍ରେସ ଆରୋପ କରିଛି ।
ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନି ଶତପଥି ଅଭିଭାଷଣରେ କହିଛନ୍ତି ,ଯେ’ ସରକାର ଯେଉଁ ପର୍ଯ୍ୟନ୍ତ ‘ଅଗ୍ନିପଥ’ ଯୋଜନାକୁ ପ୍ରତ୍ଯାହାର ନକରନ୍ତି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ରାଜରାସ୍ତାକୁ ଓହ୍ଲାଇ ଯୁବକ ମାନଙ୍କ ପାଇଁ ସଂଘର୍ଷ କରିବ। ଦେଶର ଯୁବକ ମାନେ ଭବିଷ୍ୟତରେ ବିଜେପିକୁ ଉଚିତ ଜବାବ ଦେଇ ସରକାରଙ୍କୁ ଭୋଟରେ ଠିକ ରାସ୍ତା ଦେଖେଇବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି । ଏହି ସତ୍ଯାଗ୍ରହ ଆନ୍ଦୋଳନ ଛତ୍ରପୁର ବ୍ଲକ କଂଗ୍ରେସ ସଭାପତି ଅବନୀ ଶତପଥିଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ଛତ୍ରପୁର କଂଗ୍ରେସର ବରିଷ୍ଠ ନେତା ଭାଗିରଥି ବେହେରା ସତ୍ଯାଗ୍ରହରେ ଯୋଗଦେଇ କେନ୍ଦ୍ର ସରକାରଙ୍କୁ ଭର୍ସନା କରିଥିଲେ। ଏହି ସତ୍ୟାଗ୍ରହରେ ଜିତୁ ବେହେରା , କ୍ରୀଷ୍ଣା ରେଡି , ରାମ ତ୍ରିପାଠୀ ,ସୁଜ୍ଞାନୀ ପଟ୍ଟନାୟକ, ଓକିଲ ବାବୁ ନାହାକ ଓ ମହେଶ ଗୌଡ ପ୍ରମୁଖ ଯୋଗଦେଇଥିଲେ ।

ad-week
Leave A Reply

Your email address will not be published.