ପର୍ଯ୍ୟଟନ ନିର୍ଦ୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ

add-all

ଦାରିଙ୍ଗବାଡ଼ି(୨୭/୬) : ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବଙ୍କ ଗୋଟିଏ ଦିନିଆ ଦାରିଙ୍ଗବାଡ଼ି ଗସ୍ତରେ ଆସି ଫେରିଛନ୍ତି । ଏହି ଗସ୍ତରେ ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁ, ବାଲିଗୁଡ଼ା ଉପ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ବନବିଭାଗ ଏସିଏଫ ସୌମ୍ୟ ରଞ୍ଜନ ସାହୁ, ବିଡିଓ ଗଦାଧର ପାତ୍ର, ତହସିଲଦାର ଚାରଲସ ନାୟକ, ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ଉପସ୍ଥିତ ଥିଲେ। ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ରମ ଯାଦବ ଦାରିଙ୍ଗବାଡ଼ିରେ ପ୍ରତିବର୍ଷ ଭଳି ଇକୋରିଟ୍ରିଟର ବ୍ୟବସ୍ଥା କରି ପର୍ଯ୍ୟଟକଙ୍କୁ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ସହିତ ଏହି ଜଳବାୟୁ ର ଉପଭୋଗ କରିବା ପାଇଁ ଜିଲ୍ଲା ସ୍ତରିୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଦାରିଙ୍ଗବାଡ଼ି ରାଜସ୍ୱ ମୌଜାରେ ରହିଥିବା ବିଭିନ୍ନ ସ୍ଥାନ ଦେଖିବା ସହ ନେଚର କ୍ୟାମ୍ପ, ହିଲଭିୟୁ ପାର୍କ, ପ୍ରଜାପତି ଗାଡେନ ପରିଦର୍ଶନ କରି ଭୁବନେଶ୍ୱର ଗସ୍ତରେ ବାହାରି ଥିଲେ ।

ad-week
Leave A Reply

Your email address will not be published.