ଡେଙ୍ଗୁ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ

add-all

ଚିତ୍ରକୋଣ୍ଡା(୨୭/୦୬) : ଚିତ୍ରକୋଣ୍ଡା ରେ ଡେଙ୍ଗୁର ମାତ୍ରାଧିକ ପରିମାଣରେ ବଢ଼ିଚାଲିଥିବା ବେଳେ ଡେଙ୍ଗୁ କୁ ରୋକିବାକୁ ଜିଲା ତଥା ବ୍ଲକ ପ୍ରଶାସନ ଉଦ୍ୟମ ଜାରି ରଖିଥିବା ବେଳେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର  ପ୍ରତୀକ ପ୍ରିୟଦର୍ଶୀ ଏବଂ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ ଙ୍କ ମିଳିତ ଉଦ୍ୟମରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମି, ଆଶା ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ମାଧ୍ୟମରେ ଗାଁ ଗାଁ, ସାହି, ବସ୍ଥି କଲୋନୀ ତଥା ସହର ବୁଲି ସଚେତନ କରାଯାଇ ଚାଲୁଆସୁ ଥିବା ବେଳେ ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଠାରେ ପୋରୋବର୍ତ୍ତନ ଅନୁଷ୍ଠାନ ଆନୁକୂଲ୍ୟରେ ଆଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତାରେ ଡେଙ୍ଗୁ ରଥ ଉଦଘାଟନ କରାଯାଇ ଏକ ଅଭିନଵ ପ୍ରୟାସରେ  ସଚେତନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି l ଯାହାକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର ମହନ୍ତ ଙ୍କ ନିର୍ଦେଶ କ୍ରମେ  ଡାକ୍ତର ଅଭିଜିତ ସତପଥି ଉଦଘାଟନ କରିଛନ୍ତି ଉକ୍ତ ଉଦଘାଟନ କାର୍ଯ୍ୟକ୍ରମ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଡାକ୍ତର ଜସ୍ମିନୀ ବେହେରା, ଆକାଉଣ୍ଟlଣ୍ଟ  ରାଜେନ୍ଦ୍ର ଦାଶ, ପୋରୋବର୍ତ୍ତନ ଅନୁଷ୍ଠାନ ର ସମ୍ପାଦକ ସନ୍ତୋଷ ଶୁକ୍ଲା ଏବଂ କର୍ମି ମିନା ମାଡ଼କାମି ଓ ଲଷ୍ମୀ ନାୟକ,ଚିତ୍ରକୋଣ୍ଡା ମହିଳା ସ୍ୱାସ୍ଥ୍ୟ କର୍ମି ଗୀତାଞ୍ଜଳି ଚର୍ଚ୍ଚି, ପୁରୁଷ ସ୍ୱାସ୍ଥ୍ୟ କର୍ମି ଅକ୍ଷୟ ନାୟକ, ଆଶା କର୍ମି ସାବିନା ଖିଲ, କେ କଳାବତୀ ସିଙ୍ଗ,ହିଲୋରୀ ଟାକ୍ରୀ, ସୁନିତା ମାଛ,ସବିତା ନାୟକ, ସୂର୍ଯ୍ୟ ଖିଲ, ପଦ୍ମା ପାଙ୍ଗି ଓ ଲଷ୍ମୀ ଦାଶ ଉପସ୍ଥିତ ଥିଲେ l ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ଅଞ୍ଚଳର ସାତ ଗୋଟି ପଞ୍ଚାୟତ ଚିତ୍ରକୋଣ୍ଡା, ଦୋରାଗୁଡା, ନୂଆଗୁଡା, ଗୁଣ୍ଠାୱାଡ଼ା, କପାତୁଟି, ପାପୁଲୁର ଓ ବଡ଼ପଦର ଏବଂ ସ୍ୱାଭିମାନ ଅଞ୍ଚଳ ର ଦୁଇଟି ଯଥା ବଡ଼ପଡା ଓ ପାପରମେଟେଲା ପଞ୍ଚାୟତ ମୋଟ ନଅ ଗୋଟି ପଞ୍ଚାୟତ ରେ ଡେଙ୍ଗୁ ରୋକିବାକୁ ଏକ ଡେଙ୍ଗୁ ରଥ ଉଦଘାଟନ କରାଯାଇଅଛି l ଯାହାକି ଉକ୍ତ ପଞ୍ଚାୟତ ମାନଙ୍କ ପ୍ରତି ଗାଁ ଗାଁ ଡେଙ୍ଗୁ ରଥ ପରିକ୍ରମା କରି ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଇ ପୋରୋବର୍ତ୍ତନ ଅନୁଷ୍ଠାନ କର୍ମି ଏବଂ ଆଶା ମାନଙ୍କ ମିଳିତ ଉଦ୍ୟମରେ ଡେଙ୍ଗୁ ରୋକିବାକୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ  l

ad-week
Leave A Reply

Your email address will not be published.