ଡକାୟତି ଯୋଜନା ପଣ୍ଡ : ଦୁର୍ଦାନ୍ତ ଅପରାଧୀ ଦିଲୀପ ପଲାଇ ଙ୍କ ସହ ୫ ଡକାୟତ ଗିରଫ…

add-all

ଗୋଟିଏ ରିଭଲବର, ୫ ଦେଶୀ ପିସ୍ତଲ ୮ ଗୋଟି ମେଗଜିନ ,୧୩ ରାଉଣ୍ଡ ଜୀବନ୍ତ ଗୁଳି ,୫ ଟି ଜୀବନ୍ତ ବୋମା ଜବତ..

ଖଲ୍ଲିକୋଟ : ଗତକାଲି ବିଳମ୍ବିତ ରାତି ରେ ୧୬ ନମ୍ବର ଜାତୀୟ ରାଜପଥ ରେ ଖଲ୍ଲିକୋଟ ପୋଲିସ ପହରା ଜାରି ରଖିଥିବା ବେଳେ ଡକାୟତ ପାଇଁ ଯୋଜନା କରୁଥିବା ବେଳେ କୌଣସି ସୂତ୍ର ରୁ ଖବର ପାଇ ପୋଲିସ ଅଚାନକ ଚଢ଼ାଉ କରି ଦୁର୍ଦାନ୍ତ ଅପରାଧୀ ଦିଲୀପ ପଲାଇ ସହ ୫ ଜଣ ଡକାୟତ କୋଦଳା ଥାନା ର ଶାଙ୍କୁଡ଼ା ଗ୍ରାମ ର ମହେଶ୍ୱର ସାହୁ (୨୭) ,କବିସୂର୍ଯ୍ୟନଗର ଥାନା ର ଆଠଗଡ ପାଟଣା ଗ୍ରାମ ସିଲୁ ଓରଫ ସୁବୀର କୁମାର ହୋତା (୩୪ ), କୋଦଳା ଥାନା ଅଂଗାରୁଗା ର ରାମ ଚନ୍ଦ୍ର ଜେନା (୩୪ ),କବିସୂର୍ଯ୍ୟନଗର ଥାନା balisaura ଗ୍ରାମ ର ଦିଲୀପ ପଲାଇ (୪୭) , ଖଲ୍ଲିକୋଟ ଥାନା ଖୋଜାପଲ୍ଲୀ ଗ୍ରାମ ର ମନୋଜ ସ୍ୱାଇଁ (୨୪) ପ୍ରମୁଖ ଙ୍କୁ ଗିରଫ କରି ବିଭିନ୍ନ ଡକାୟତି ଚୋରି ,ରାହାଜାନି ଓ ହତ୍ୟା ଭଳି ଘଟଣା ମାନଙ୍କରେ ବ୍ୟବହାର କରି ଆସୁଥିବା ଗୋଟିଏ ରିଭଲବର ସମେତ ୫ ଗୋଟି ଦେଶୀ ପିସ୍ତଲ ୮ ଗୋଟି ମେଗଜିନ୍ ୧୩ ରାଉଣ୍ଡ ଜୀବନ୍ତ ଗୁଳି ୫ ଟି ଜୀବନ୍ତ ବୋମା କୁ ପୋଲିସ ଜବତ କରି ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି l ତେବେ ଗତ ୧୬ ତାରିଖ ଦିନ ଖଲ୍ଲିକୋଟ ଥାନା ଭିକାପଡ଼ା ରେ ଘଟିଥିବା ଗୁଳିକାଣ୍ଡ ମାମଲାରେ ଖଲ୍ଲିକୋଟ ପୋଲିସ ଘଟଣାରେ ସମ୍ପୃକ୍ତ ଜୟ ଦଳାଇ , କୁମର ଦଳାଇ , କାଳୁ ପରିଡା କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଆସାମୀ ସୁରଜ ଫେରାର ଥିଲା l ପୋଲିସ ଏହି ଆସାମୀ ମାନଙ୍କୁ ଜେରା କରି ପିସ୍ତଲ ଆମଦାନୀ ସମ୍ପର୍କରେ ପୋଲିସ ଅପରାଧ ର ସୁରାକ ପାଇଥିଲା l ତଦନୁଯାୟୀ ପୋଲିସ ତଦନ୍ତକୁ ଆଗେଇନେବା ସହ ଅପରାଧୀମାନଙ୍କ ଗତିବିଧି ଲକ୍ଷ୍ୟ କରି ୬ ଗୋଟି ପିସ୍ତଲ ,ବୋମା ଓ ଅନ୍ୟାନ୍ୟ ମାରଣାସ୍ତ୍ର ଠାବ କରିବା ପାଇଁ ସୁଯୋଗ ମିଳିଥିଲା l କବିସୂର୍ଯ୍ୟନଗର ଥାନା ଅଂଚଳର ଦୁର୍ଦାନ୍ତ ଅପରାଧୀ ସମଗ୍ର ଗଂଜାମ ଜିଲ୍ଲା ର ବିଭିନ୍ନ ଥାନା ସମେତ ଜିଲ୍ଲା ବାହାରେ ଡକାୟତି ,ଚୋରି ,ହତ୍ୟା ,ରାହାଜାନି ଭଳି ୪୨ ଗୋଟି ସଂଗୀନ ମାମଲା ଥିବା ପୋଲିସ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେବା ସହ ଅପରାଧ ଉସଃଛ ସ ମ୍ପରକ ରେ ଅଧିକ ତଦନ୍ତ ଜାରୀ ରଖିବା ସହ ଗଂଜାମ ଜିଲ୍ଲାରେ ଅପରାଧିକ ମାମଲା ରେ ବ୍ୟବହୃତ ପିସ୍ତଲ ଗୁଡିକ ପଡୋଶୀ ପଶ୍ଚିମ ବଂଗ ରାଜ୍ୟରୁ ଅପରାଧୀ ମାନେ ସଂଗ୍ରହ କରୁଥିବା ପୋଲିସ ସୂତ୍ରରୁ ପ୍ରକାଶ l

ad-week
Leave A Reply

Your email address will not be published.