
ବ୍ରହ୍ମପୁର : ଯୁଦ୍ଧକାଳୀନ ଭିତ୍ତିରେ ବ୍ରହ୍ମପୁର ମହାନଗର ନିଗମରେ ଜଳବନ୍ଦୀ ରହୁଥିବା ଅଞ୍ଚଳର ନାଳକୁ ସଫେଇ କରିବା ପାଇଁ ଆଜି ନିଗମର ଏକ ବୈଠକ ଏକଅନୁଷ୍ଠିତ ହୋଇଥିଲା। ମେୟର ସଂଘମିତ୍ରା ଦଳେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କମିସିନର ଜେ. ସୋନାଲ, ଡେ଼ପୁଟି ମେୟର ଇ. ବିବେକ ରେଡି, ଡେପୁଟି କମିସିନର ପ୍ରମୁଖ ଉପସ୍ଥିତ ଥିଲେ। ଯୁଦ୍ଧ କାଳୀନ ଭିତ୍ତିରେ ଆସନ୍ତା ଜୁଲାଇ 2 ତାରିଖରୁ 100 କର୍ମଚାରୀ ଏବଂ 4 ଟି ଜେସିବି ଲଗାଇ ସହରରେ ମୁଖ୍ୟ ନାଳକୁ ସଫେଇ କରିବା ସହିତ କୁତ୍ରିମ ବନ୍ୟା ସୃଷ୍ଟି ହେଉଥିବା ସ୍ଥାନକୁ ଚିହ୍ନଟ କରି ପଦକ୍ଷେପ ଗ୍ରହଣ କରାଯିବା କୁ ନିଷ୍ପତି ନିଆଯାଇଛି।ବର୍ତ୍ତମାନ ସହରରେ ସାତଟି ସ୍ଥାନକୁ ଚିହ୍ନଟ କରାଯାଇଛି।ଏହି ସ୍ଥାନ ଗୁଡିକରେ ସାମାନ୍ୟ ବର୍ଷା ରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ଯାହାକୁ ନେଇ ସହରବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଯୁଦ୍ଧକାଳୀନ ଭିତ୍ତିରେ ଏହି ସବୁ ସବୁ ନାଲର ପୁନଃ ଉଦ୍ଧାର କରାଯିବା ସହିତ ସହରର କୃତିମ ବନ୍ୟା ପରିସ୍ଥିତି କୁ ସଜାଡ଼ିବା ପାଇଁ ନିଷ୍ପତ୍ତି ହୋଇଛି ବୈଠକରେ। ତେବେ ସହରର ବର୍ତ୍ତମାନ ସ୍ଥିତି ରେ ସହରର ବହୁ ଅଂଚଳ ଜଳବନ୍ଦୀ ହେଉଛି, ତାହାକୁ ନେଇ କିଛି କାର୍ପେରେଟର ଆପତ୍ତି ଜଣାଇଥିଲେ।ଆଜିର ଏହି ବୈଠକରେ ବହୁ କାର୍ପେରେଟର ଙ୍କ ସହିତ ବହୁ ନିଗମ ଅଧିକାରୀ ମାନେ ଉପସ୍ଥିତ ଥିଲେ।