ଅଲ ଓଡ଼ିଶା ପେଣ୍ଟି ଆର୍ଟିଷ୍ଟ ପ୍ରାକର୍ସ ଆସୋସିଏସନ୍ ଗଂଜାମ ଜିଲ୍ଲା କମିଟିର ସାଧାରଣ ସଭା ଅନୁଷ୍ଠିତ…

add-all
ସଂଘର ଦାବୀ ପୁରଣ ନହୋଲେ ଆନ୍ଦୋଳନକୁ ଓହ୍ଲାଇବେ ରାଜ୍ୟର ରଙ୍ଗମୂଳୀ କଳାକାର…

ବ୍ରହ୍ମପୁର : ଅଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାକର୍ସ ଆସୋସିଏସନ୍ ଗଂଜାମ ଜିଲ୍ଲା କମିଟି ପକ୍ଷରୁ ବ୍ରହ୍ମପୁର ଗେଟ୍ ବଜାର ନିକଟ ଏନ୍.ଜି.ଓ. ହଲ୍ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଜିଲ୍ଲା ସଂପାଦକ ଚିତ୍ରସେନ ଦଳାଇ ରାଜ୍ୟର ରଙ୍ଗତୁଳୀ କଳାକାରଙ୍କୁ ସାମାଜିକ ସୁରକ୍ଷା ଯୋଗାଇଦେବା ସ୍ଵତନ୍ତ୍ର କଲ୍ୟାଣ ବୋର୍ଡ଼ ଗଠନ କରିବା , ଠିକାଦାର ପ୍ରତିବଦଳେ ସଂଘର ପରିଚୟପତ୍ର ଥିବା କଳାକାରଙ୍କୁ ସିଧା ସଳଖ କାମ ଓ ବର୍ଗଫୁଟ ହିସାବରେ ସଠିକ ପାରିଶ୍ରମିକ ଯୋଗାଇ ଦେବା , ୫୦ବର୍ଷ ପରେ ସମସ୍ତଙ୍କୁ ସମ୍ମାନ ଜନକ ବଞ୍ଚିବାଭଳି ପେନ୍ସନ୍ ଯୋଗାଇ ଦେବା ପ୍ରତି ଜିଲ୍ଲାରେ ଗୋଟେ ଗୋଷ୍ଠି କର୍ମଶାଳା ଗୃହ ଯୋଗାଇ ଦେବା ଆଦି ୧୧ଦଫା ଦାବି ସଂପର୍କରେ ଆଲୋଚନା କରିବା ସହ ଦାବୀ ପୁରଣ ନହେଲେ ସମସ୍ତେ ଆନ୍ଦୋଳନକୁ ଓହ୍ଲାହିବା ପାଇଁ ଚେତାବନି ଦେଇଛନ୍ତି । ସଂଘର ରାଜ୍ୟ ସଂପାଦକ ତଥା ଦେଶ୍ କି ବାତ୍ ଫାଉଣ୍ଡେସନର ରାଜ୍ୟ ସଂଯୋଜକ ରଂଜନ ମିଶ୍ର କହିଛନ୍ତି କି ଦେଶର ଯୁବକ ମାନେ ବେରୋଜଗାର ମଧ୍ୟ ଦେଇ ଗତି କରୁଛନ୍ତି । ବଡ଼ ବଡ଼ ଡ଼ିଗ୍ରୀ ହାସଲ କରିମଧ୍ଯ ଚାକିରି ପାଇଁ ଦ୍ବାର ଦ୍ଵାର ବୁଲୁଛନ୍ତି । କରୋନାରେ ଲକ୍ଷ ଲକ୍ଷ ଯୁବକ ଚାକିରି ହରାଇଲେ ଇତି ମଧ୍ୟରେ ସରକାର ଧରେ ଧୂରେ ସମସ୍ତ ରାଷ୍ଟ୍ରାୟତ ଉଦ୍ୟଗକୁ କର୍ପୋରେଟ ହାତରେ ଟେକି ଚାଲିଛନ୍ତି । ଯାହାବି ଚାକିରି ମିଳୁଛି ସ୍ଲାଇ ନୁହେଁ ଛଟେଇର ଭୟ ସବୁବେଳେ ଲିଗିରହୁଛି । ବେରୋଜଗାର ଛାଟ କେବଳ ଯୁବପିଢି ଉପରେ ପଡ଼ିନି , ଛାତ୍ର , ଯୁବକ , ଶ୍ରମିକ , କୃଷକ , ମହିଳା , ଶିଳ୍ପୀ , କଳାକାର ସମସ୍ତେ ଏହାର ଶିକାର ହୋଇଛନ୍ତି । ଫ୍ଲେକ୍ସ ଆଳରେ ରଙ୍ଗତୁଳୀ କଳାକାରଙ୍କ କାମ ଛଡ଼ାଇ ନିଆଗଲା । ଥରେ ଥରେ ସମସ୍ତ ଆର୍ଟ ଦୋକାନ ବନ୍ଦ ହୋଇଗଲା । କିଛି କଳାକାର ଗାଡ଼ି ନମ୍ବର ପ୍ଲେଟ୍ କାମକରି ପରିବାର ଚଳାଉଥିଲେ କିନ୍ତୁ ୧ ଅପ୍ରେଲ ୨୦୧୯ ଠାରୁ ନୂଆ ପରିବହନ ନୀତି ଲାଗୁ ପରେ ସେତକବି ହାତରୁ ଚାଲିଗଲା । ଝିଣ୍ଟିକା ମାରି ବଣି ପୋଷିବା ନ୍ୟାୟରେ ସରକାର କର୍ପୋରେଟ୍ ମାନଙ୍କ ସ୍ବାର୍ଥରେ ଛୋଟ ଉଦ୍ୟୋଗ ଉପରେ ଆକ୍ରମଣ କରି ଚାଲିଛନ୍ତି । ସ୍ୱତନ୍ତ୍ରତାର ୭୫ବର୍ଷ ବିତି ଯାଇଥିଲେ ମଧ୍ୟ ଦେଶରେ କୌଣସି ରୋଜଗାର ନୀତି ନାହିଁ , କେବଳ ଭୋଟ ହାତେଇବା ଲକ୍ଷରେ ଯୋଜନା ପରେ ଯୋଜନା କରି ବ୍ୟାପକ ଅର୍ଥକୁ ହରିଲୁଟ୍ କରାଯାଉଛି । ଏ ଦେଶ ସେବେ ଉନ୍ନତି କରିବ ଯେବେ ସମସ୍ତଙ୍କ ହାତକୁ କାମ ଏବଂ କାମର ଉଚିତ୍‌ ପାରିଶ୍ରମିକ ମିଳିବ । ଏହା ରାଷ୍ଟ୍ରୀୟ ରୋଜକାର ନୀତି ପ୍ରଣୟନ ଦ୍ଵାରା ହିଁ ସମ୍ଭବ ହୋଇ ପାରିବ । ଏଣୁ ଜିଲ୍ଲାର ଛାତ୍ର , ଯୁବକ , ଶ୍ରମିକ , କୃଷକ , ମହିଳା , ଶିଳ୍ପୀ , କଳାକାର ଆଦି ସମସ୍ତେ ରାଷ୍ଟ୍ରୀୟ ରୋଜଗାର ନିତୀ ପ୍ରଣୟନ ପାଇଁ ସଂଘର୍ଷ କରିବା ଏବଂ ୧୬ ଅଗଷ୍ଟ ଦିଲ୍ଲୀ ଜନ୍ତର ମନ୍ତର ଠାରେ ହେବାକୁ ଥିବା ସତ୍ୟାଗ୍ରହରେ ସାମିଲ ହେବାପାଇଁ ଆହ୍ୱାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରବିନ୍ଦ୍ର ମାଝୀ , ଦିଗାମ୍ବର ଜେନା , ନିରଦ କୁମାର ଜେନା , ଦେବାଶିଷ ସାମଲ , ପ୍ରଫୁଲ କୁମାର ଦାସ , ବିଜୟ କୁମାର ପଟ୍ଟନାୟକ , ସଦାନନ୍ଦ ରଣା , ପ୍ରମୋଦ କୁମାର ନାୟକ , ଟଙ୍କଧର ରାଉଳ , ଗିରିଷ୍ଠ କବି , ପବିତ୍ର କୁମାର ମହାରଣା , ମଣ୍ଟୁ ପ୍ରଧାନ , ସୁସାନ ରଣା , ସୁବାସ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ମୁଖ୍ୟ ନେତୃତ୍ବ ନେଇଥିଲେ ଏବଂ ଜିଲ୍ଲାର ସତାର୍ଥକ ରଙ୍ଗତୁଳୀ କଳାକାର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.