ବିଦ୍ୟୁତ ଵିଭାଗ ତରଫରୁ ସଚେତନତା ରାଲି

add-all

ହିଞ୍ଜିଳିକାଟୁ (୨୯।୬) : ତୃତୀୟ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ ଜୁନ ୨୬ ରିଖ ଠାରୁ ୦୨ ଜୁଲାଇ ପର୍ଯ୍ୟନ୍ତ ଟାଟା ଶକ୍ତି ଦକ୍ଷିଣ ବିତରକ ଲିମିଟେଡ ତରଫରୁ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ ହୋଇଥାଏ । ଏହି ଅବସରରେ ଟିପିଏସ ଓଡିଏଲ ର ନିର୍ଦ୍ଦେଶ କ୍ରମେ ହିଞ୍ଜିଳିକାଟୁ ବିଦ୍ୟୁତ ବିଭାଗ ପକ୍ଷରୁ ସହରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବିଦ୍ୟୁତ ଵିଭାଗ ଯନ୍ତ ସରୋଜ କୁମାର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ଵିଦ୍ୱୁତ ଵିଭାଗ ସହକାରୀ ଯନ୍ତ୍ରୀ ସତ୍ୟନାରାୟଣ ଦାଶ ଯୋଗଦେଇ ହିଞ୍ଜିଳିକାଟୁ ରେଗିଡିସାହି ସ୍ଥିତ ଫ୍ୟୁଜ କାଲ କାର୍ଯ୍ୟାଳୟଠାରୁ ବୈଦ୍ୟୁତିକ ନିରାପତ୍ତା ନିମନ୍ତେ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା। ଏହି ରାଲି ରେ ୧୦୦ ରୁ ଊର୍ଦ୍ଧ୍ବ ଲାଇନମ୍ୟାନ ବିଭିନ୍ନ ଫ୍ଳା କାର୍ଡ ଧରି ହିଞ୍ଜିଳିକାଟୁ ସହର ପରିକ୍ରମା କରି ହିଞ୍ଜିଳିକାଟୁ ଆର ଏମସି କାର୍ଯ୍ୟାଳୟ ନୀକଟ ଟାଟା ଶକ୍ତି ଦକ୍ଷିଣ ବିତରକ କାର୍ଯ୍ୟାଳୟରେ ପହଂଚିଥିଲେ। ବୈଦ୍ବୁତିକ ନିରାପତ୍ତାସମ୍ଭନ୍ଧଧୀୟ ସତର୍କ ସୂଚନା ନିମନ୍ତେ ଏହି ସପ୍ତାହ ପାଳନ କରାଯାଇଥାଏ। ଏହି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ରେ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଐଶ୍ୱର୍ଯ୍ୟ ମିଶ୍ର, କଚୁଂରୁ ଵିଦ୍ୱୁତ ଵିଭାଗ ଯନ୍ତ୍ରୀ ସନ୍ତୋଷ କୁମାର ପ୍ରଧାନ, ପିତଳ ଡିଭିଜନ ବିଦ୍ୟୁତ ବିଭାଗର ଯନ୍ତ୍ରୀ ବିଦୁର ବେହେରା, ଲାଇନମ୍ୟାନ ଜି ଆପନ୍ନା, ଅକ୍ଷୟ ମିଶ୍ର, ସୁରକ୍ଷା ସୁପରଭାଇଜର ସନ୍ତୋଷ କୁମାର ମିଶ୍ର, ବିଶ୍ବ ରଞ୍ଜନ ପ୍ରଧାନ, ଉମେଶ ରାଉତ, ଦିପକ କୁମାର ପାଢି, ପ୍ରଭାତ ଚୌଧୁରୀ, ଏ ଶଙ୍କର ରାଓ, ବଂଶୀଧର ସାହୁଙ୍କ ସମେତ ଶତାଧିକ ଲାଇନମ୍ୟାନ ପ୍ରମୁଖ ସହଯୋଗ କରିଥିଲେ। ଏହି ସୁରକ୍ଷା ସପ୍ତାହ ଅବସରରେ ସମସ୍ତ ଲାଇନମ୍ୟାନ ହଳଦିଆ ରଙ୍ଗର ସୁରକ୍ଷା ଟୋପି ମୁଣ୍ଡରେ ସମସ୍ତେ ପିନ୍ଧି ରାଲିରେ ଚାଲିଥିଲେ ।ନିଜର ଓ ପରିବାର ସୁରକ୍ଷା ନିମନ୍ତେ ଏମସିବି ବ୍ୟବହାର କରିବା, ଲୁପ ପକାନ୍ତୁ ନାହିଁ, ଜଙ୍ଗଲି ଜୀବଜନ୍ତୁଙ୍କ ଶିକାର ନିମନ୍ତେ ହୁକ ପକାନ୍ତୁ ନାହିଁ, ଵିଭିନ୍ନ ସ୍ଲୋଗାନ ଦେଇ ମୁଲ୍ୟବାନ ଜିବନ ସୁରକ୍ଷାବିଷୟରେ ଜନ ସାଧାରଣ ଙ୍କୁ ଅବଗତ କରାଇବା ରାଲିର ପ୍ରମୁଖ ଉଦ୍ଦେଶ୍ୟ ଥିଲା ।

ad-week
Leave A Reply

Your email address will not be published.