ଜିଲାପାଳଙ୍କୁ ଭେଟିଲେ କୁଇ ସମାଜ ସେବା ସମିତି ସଦସ୍ୟ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ ସହ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆଦିବାସୀଙ୍କ ନାମରେ ଜାଲିଆତି କରି ଅନେକ ଜାତିଗତ ପ୍ରମାଣପତ୍ର ହାସଲ କରି ଆଦିବାସୀଙ୍କ ଚାକିରି ଅନ୍ୟ ବର୍ଗର ଲୋକମାନେ କରୁଥିବାରୁ ସେ ଗୁଡ଼ିକୁ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଆଗାମୀ ଦିନରେ ଯେଭଳି ଭାବେ ଅନ୍ୟ ବର୍ଗର ଲୋକମାନେ ଏହି ପ୍ରମାଣପତ୍ର ହାସଲ କରିପାରିବେ ନାହିଁ ତାହାକୁ ଦୃଷ୍ଟିରେ ରଖି କୁଇ ସମାଜର ପ୍ରମାଣ ନେବା ପରେ ହିଁ ଆଦିବାସୀ ମାନଙ୍କୁ ଜାତିଗତ ପ୍ରମାଣପତ୍ର ଦେବାପାଇଁ ମଧ୍ୟ ଦାବିପତ୍ରରେ ଦାବି କରାଯାଇଛି।ଦାବିପତ୍ର ପ୍ରଦାନ ସମୟରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁରଙ୍କ ସମେତ କୁଇ ସମାଜସେବା ସମିତିର ମୁଖ୍ୟସଭ୍ୟ ଗୌତମ ପ୍ରଧାନ, ସଭାପତି ସୁଦର୍ଶନ କହଁର , ସହ ସଂପାଦକ ଅଚ୍ୟୁତ ଜାନୀ, ମହିଳା ସଭାନେତ୍ରୀ ସୌଦାମିନି କହଁର, ମହିଳା ଉପସଭାନେତ୍ରୀ ସାଇବେଣି କହଁର, କାର୍ଯ୍ୟକାରି ସଦସ୍ୟ ପଞ୍ଚାନନ କହଁର, ଉପଦେଷ୍ଟା ଦୁର୍ଯ୍ୟୋଧନ ପ୍ରଧାନ, ପୂର୍ବତନ ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବୀରେନ୍ଦ୍ର କୁମାର କହଁର , କୁଇ ସମାଜ ଯୁବ ପରିଷଦ ସଦସ୍ୟ ଗୋଲକ ବିହାରୀ କହଁର, କାଶିନିପଦର ଉପଶାଖା ସଭାପତି ପ୍ରମୋଦ କହଁର, ଫୁଲବାଣୀ ବିଧାୟକ ପ୍ରତିନିଧି ନୀଳାମ୍ବର କହଁର ପ୍ରମୁଖ ସାମିଲ୍ ହୋଇଥିଲେ।

ad-week
Leave A Reply

Your email address will not be published.