ବ୍ରାହ୍ମଣୀଗାଁରେ ଚୈତରାଇ ପର୍ବ ପାଳନ

add-all

ବ୍ରାହ୍ମଣୀଗାଁ (୨୯/ ୬) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ଅନ୍ତର୍ଗତ ବ୍ରାହ୍ମଣୀଗାଁ ସ୍ଥିତ ଓଡିଆ ସାହିରେ ଗତ କାଲି ମଙ୍ଗଳ ବାର ଦିନ ଚୈତରାଇ ପର୍ବ ପାଳନ କରାଯାଇଛି । ଏହି ପର୍ଵପାଳନ ଅବସରରେ ବର୍ଷ ର ପ୍ରଥମ ବିହନକୁ ପୂଜା କରାଯାଇଥାଏ । ଗ୍ରାମର ମୁଖ୍ୟ ପୁଜାରୀ ନରେସ ପାତ୍ର ଉକ୍ତ ବିହନ କୁ ନେଇ ସମସ୍ତ ଦେବାଦେବୀଙ୍କୁ ପୁଜାର୍ଚନା କରିଥିଲେ ଏବଂ ବୁର କାଠ ରେ ନିର୍ମିତ ଚକରେ ଏକ ଶଗଡ ଗାଡ଼ି ତିଆରି କରି ଗ୍ରାମ୍ୟ ଦେବତୀଙ୍କୁ ଗ୍ରାମ ପରିଭ୍ରମଣ କରି ବନ୍ଦା ପନା କରିଥିଲେ । ପ୍ରଥମେ ଗ୍ରାମ ଦେବୀଙ୍କ ଘରେ ପୁଜାର୍ଚନା କରିବା ପରେ ଗ୍ରାମ ପରିଭ୍ରମଣ କରି ବାଚିଗାଡ଼ା ସ୍ଥିତ ମା ଠାକୁରାଣୀଙ୍କ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ରେ ଯାଇ ସେଠାରେ ମାନସିକ ଧାରୀ ମାନେ ଭୋଗ ରାଗ ଚଢାଇବା ସହ ମୁଖ୍ୟ ପୂଜାରୀ ଶ୍ରୀ ପାତ୍ର ପାରମ୍ପରିକ ରୀତିକାନ୍ତିରେ ସମ୍ମାପନ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମର ଆବାଳ ଵୃଦ୍ଧ ବନିତା ଯୋଗ ଦେଇଥିବା ବେଳେ ପୂଜାର୍ଚ୍ଚନା ପରିଚାଳନାରେ ଧୃବ ଚରଣ ବିନ୍ଦାଣୀ, ପଞ୍ଚୁ ବେହର୍ଦଳାଇ, କାର୍ତ୍ତିକ ପାତ୍ର, ଶୁକଦେବ ବେହର୍ଦଳାଇ ପ୍ରମୁଖ ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.