ନାବାଳିକାଙ୍କୁ ବ୍ଲାକ୍‌ମେଲ୍‌ କରି ଦୁଷ୍କର୍ମ, ଅଭିଯୁକ୍ତ ଫେରାର୍

add-all

ଭୁବନେଶ୍ୱର: ବିବାହ ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ସେପଟେ ଅଭିଯୋଗ କଥା ଶୁଣି ଅଭିଯୁକ୍ତଜଣକ ଫେରାର୍‌ ହୋଇଯାଇଛି । ପୁଲିସ ତା’ ଘରେ ଚଢ଼ଉ କରି ଖାଲି ହାତରେ ଫେରିଛି। ନାବାଳିକା ଘର ଭରତପୁର ପଣ୍ଡାକୁଦିଆ ବସ୍ତିରେ। ସେ ଏକ ସରକାରୀ କଲେଜରେ ଯୁକ୍ତ ୨ ପଢ଼ୁଛି।

ସେ ପରିବାର ଲୋକଙ୍କ ସହ ଥାନାକୁ ଯାଇ ଉକ୍ତ ବସ୍ତିର ତପନ ଦିଗଲ ନାଁରେ ଅଭିଯୋଗ କରିଛନ୍ତି । ନାବାଳିକାଙ୍କ ଅଭିଯୋଗ ହେଉଛି, ତପନ ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ତଳେ ନାବାଳିକାକୁ ପ୍ରେମ ଜାଲରେ ଫସାଇଥିଲା । ପରେ କୌଣସି ମତେ ନାବାଳିକା ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କଲା। ତପନ ଅନେକ ଥର ନାବାଳିକା ସହ ଶାରୀରିକ ସମ୍ପର୍କ ରଖିଥିଲା। ଗତ ମାସରେ ନାବାଳିକା ଜଣକ ଅନ୍ତସତ୍ତ୍ୱା ହୋଇଥିବା ଜାଣିପାରି ତପନ ତାଙ୍କୁ ମାରଧର କରିଥିଲା। ବିବାହ କରିବାକୁ ରୋକ୍‌ଠୋକ୍‌ ମନା କରିଦେଲା । ଧୋକ୍କାର ଶିକାର ହୋଇଥିବା ଜାଣିପାରି ନାବାଳିକାଜଣକ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି।

ad-week
Leave A Reply

Your email address will not be published.