ଅନୁଗୁଳ ଟାଇଁସି ନୂଆପଡ଼ା ଗାଁ ନିକଟରେ ଆଉ ଏକ ମାଈହାତୀର ମୃତ୍ୟୁ

Independence

ଅନୁଗୁଳ: ଆଉ ଏକ ହାତୀର ମୃତ୍ୟୁ। ଅନୁଗୁଳ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପମ୍ପାସର ବନାଞ୍ଚଳ ଅନ୍ତର୍ଗତ ଟାଇଁସି ନୂଆପଡ଼ା ଗାଁ ନିକଟରେ ଏକ ମାଇ ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବନବିଭାଗର କର୍ମଚାରୀମାନେ ଜଗି ରହିଛନ୍ତି। ହାତୀଟି ଆଗରୁ ଅସୁସ୍ଥ ଥିବା ଜଣାପଡିଛି। ଗତ ୧୦ ତାରିଖରେ ସାତକୋଶିଆର ଜୁକୁବ୍‌ରେ ମଧ୍ୟ ଅସୁସ୍ଥତା କାରଣରୁ ଓ ୨୮ ତାରିଖରେ ସାତକୋଶିଆର କୁଶଖଲି ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀ ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.