ଉପାନ୍ତ ଅଞ୍ଚଳରେ ସ୍ୱତନ୍ତ୍ର ଶିଶୁପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଚିତ୍ରକୋଣ୍ଡା(୩୦/୦୬) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଉପାନ୍ତ ପାପୁଲୁର ପଞ୍ଚାୟତ ସଭାଗୃହ ଠାରେ ପାପୁଲୁର ପଞ୍ଚାୟତ ଅନ୍ତର୍ଗତ ଅଙ୍ଗନବାଡି କର୍ମି ମାନଙ୍କ ଆୟୋଜନ ରେ କିଶୋରୀ ବାଳିକା ମାନଙ୍କୁ ନେଇ ପାପୁଲୁର  ଚିତ୍ରକୋଣ୍ଡା ବ୍ଲକ ଉପାଧକ୍ଷ ପଦ୍ମନାଭ ଦାନୀଏବଂ ସ୍ଥାନୀୟ ସରପଞ୍ଚ  ଙ୍କ ଉପସ୍ଥିତିରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ କାର୍ଯ୍ୟକ୍ରମ ଟି ଆଜି ସାରା ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଚିତ୍ରକୋଣ୍ଡା ଉପାନ୍ତ ଅଞ୍ଚଳରେ ମଧ୍ୟ ପାଳନ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ଉପଯୁକ୍ତ ବୟସ ସୀମା ମଧ୍ୟରେ କିଶୋରୀ ବାଳିକା ମାନେ ବିବାହ କରିବା, କିଶୋରୀ ସ୍ୱାସ୍ଥ୍ୟ ର ଯତ୍ନ ଏବଂ ସର୍ବୋପରି ପାପୁଲୁର ପଞ୍ଚାୟତ ରୁ ବାଲ୍ୟ ବିବାହ କୁ ରୋକିବାକୁ ପ୍ରାଧାନ୍ୟ ଦିଆଯାଇ ଆଲୋଚନା କରାଯାଇଥିଲା l ପ୍ରକଳ୍ପ ଥାଉକି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଅଧିକ ବାଲ୍ୟ ବିବାହ ହେଉଥିବା ନଜର କୁ ଆସୁଥିବାରୁ ଅଳ୍ପ କିଛି ଦିନ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ସମାରି ତାଙ୍ଗୁଲ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ ଏବଂ ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ନେଇ ଏକ ସ୍ୱରନ୍ତ୍ର ବୈଠକ କରି ଚିତ୍ରକୋଣ୍ଡା ବ୍ଲକ ଅଧିକ ଏବଂ କମ ପରିମାଣରେ ହେଉଥିବା ବାଲ୍ୟ ବିବାହ କୁ ରୋକିବାକୁ ଏବଂ ଯେଉଁଠି ଉକ୍ତ ଘଟଣା ନଜର କୁ ଆସୁଛି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ l ସେଇଭଳି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ସମେତ ଆନ୍ଧ୍ର ଓଡିଶା ସୀମାନ୍ତ ଅଞ୍ଚଳ ରାଲେଗଡା଼ ଓ ଧୂଳିପୁଟ ଅଞ୍ଚଳରେ ଅଧିକ ପରିମାଣରେ ବାଲ୍ୟ ବିବାହ ହେଉଥିବାର ନଜରକୁ ଆସିଥିବା ବେଳେ ଆଜି ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ସ୍ୱାଭିମାନ ଅଞ୍ଚଳ ତଥା ଉପାନ୍ତ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ଅଙ୍ଗନବାଡି କର୍ମି ମାନଙ୍କ ଦ୍ଵାରା ବାଲ୍ୟ ବିବାହ ରୋକିବାକୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l

ad-week
Leave A Reply

Your email address will not be published.