ପୁରୀ ବେଳାଭୂମିରେ ସୁଦର୍ଶନଙ୍କ ୧୨୫ ବାଲୁକା ରଥ

add-all

ପୁରୀ : ବାଲୁକାକଳାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଝଲକ। ପ୍ରସିଦ୍ଧ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଗୁରୁବାର ପୁରୀ ସମୁଦ୍ରକୂଳରେ ୧୨୫ଟି ବାଲି ରଥ ଏବଂ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ନିର୍ମାଣ କରିଛନ୍ତି। ପ୍ରଥମେ ସେ ୧୦୦ ବାଲି ରଥ ପ୍ରସ୍ତୁତ କରିବାର ରେକର୍ଡ ସେ ନିଜ ନାମରେ କରିଥିଲେ।

ହେଲେ ଚଳିତ ବର୍ଷ ସେ ୧୨୫ ରଥ ନିର୍ମାଣ କରି ଲିମ୍‌କା ବୁକ୍‌ ଅଫ୍‌ ରେକର୍ଡରେ ଆଉ ଏକ ରେକର୍ଡ କରିବାକୁ ପ୍ରୟାସ କରିଛନ୍ତି। ସୁଦର୍ଶନ ତାଙ୍କ ବାଲୁକାକଳା ପ୍ରତିଷ୍ଠାନର ଛାତ୍ରମାନଙ୍କ ସହ ମିଶି ଏହି ବାଲୁକାକଳା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ତାଙ୍କୁ ୧୪ ଘଣ୍ଟା ସମୟ ଲାଗିଛି। ତେବେ ରଥଯାତ୍ରା ଉପଲକ୍ଷେ ନିର୍ମିତ ଏହି ବାଲୁକାକଳା ଜଗନ୍ନାଥପ୍ରେମୀଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ସୁଦର୍ଶନ ନିଜେ ଟୁଇଟରରେ ଏହାର ଝଲକ ଶେୟାର କରିଛନ୍ତି।

ad-week
Leave A Reply

Your email address will not be published.