ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀବେଶ

add-all

ପିପିଲି: ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଅବସରରେ ପିପିଲିର ତେଇସିପୁର ନିକଟବର୍ତ୍ତୀ ବାଲିଗାଁ ସ୍ଥିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ପରିସରରେ ଥିବା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶୁକ୍ରବାର ପ୍ରତ୍ୟୁଷରୁ ଚତୁର୍ଦ୍ଧମୂର୍ତ୍ତୀଙ୍କ ସମସ୍ତ ନୀତିକାନ୍ତି ସଂପନ୍ନ କରାଯାଇଥିଲା। ପରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ପହଣ୍ଡିରେ ନିଆଯାଇ ମନ୍ଦିର ବେଢ଼ାରେ ପ୍ରତିଷ୍ଠିତ ଏକ ସୁସଜ୍ଜିତ ବିମାନରେ ବିଜେ କରାଯାଇଥିଲା।

ଏହି ଅବସରରେ ଠାକୁରଙ୍କୁ ନୂତନ ବସ୍ତ୍ର ପରିଧାନ ପୂର୍ବକ ସ୍ୱତନ୍ତ୍ର ତୁଳସୀବେଶ କରାଯାଇଥିଲା। ମନ୍ଦିରର ମୁଖ୍ୟପୂଜକ ଲକ୍ଷ୍ମୀଧର ପାଢ଼ୀ, ସହାୟକ ପୂଜକ ଲକ୍ଷ୍ମୀଧର ଦିକ୍ଷିତ ଓ ପ୍ରହଲ୍ଲାଦ ମିଶ୍ରଙ୍କ ଦ୍ୱାରା ଠାକୁରଙ୍କ ସମସ୍ତ ନୀତିକାନ୍ତି କରାଯାଇଥିବା ବେଳେ ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଅଧ୍ୟାପକ ଡ଼ଃ ଘନଶ୍ୟାମ ସ୍ୱାଇଁ, ବରିଷ୍ଟ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ, ପ୍ରଶାନ୍ତ କୁମାର ରାଉତରାୟ, ତ୍ରିନାଥ ଲେଙ୍କା, ଅନନ୍ତ ଚରଣ ସାହୁ, ସୁକାନ୍ତ ପଣ୍ଡା, ବିଜୟ ହାତୀ, ସନାତନ ବିଶ୍ୱାଳ, ସ୍ୱୟଂ ପ୍ରକାଶ ପରିଡ଼ା, ଜୟକୃଷ୍ଣ ରାଉତ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.