ରଥରେ ତିନିଠାକୁରଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

add-all

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତ କରି ତିନିଠାକୁରଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହିତ ତାଙ୍କର ବ୍ୟକ୍ତିଗତ ସଚିବ ତଥା 5T ସଚିବ ଭି କେ ପାଣ୍ଡିୟାନ ମଧ୍ୟ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି। ଆଜି ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଧ୍ୟରେ ପୁରୀ ଗସ୍ତ କରିଥିଲେ। ସେଠାକୁ ଯିବା ପରେ ତାଙ୍କୁ ଜିଲ୍ଲା ପ୍ରଶାସନ ତଥା ସେବକଙ୍କ ତରଫରୁ ସ୍ବାଗତ କରାଯାଇଥିଲା।

ଏହାପରେ ସେ ସୂଚନା କେନ୍ଦ୍ର ଉପରେ ବସି ରଥଯାତ୍ରାର ସମସ୍ତ ବିଧି ଦର୍ଶନ କରିଥିଲେ। ଏହାପରେ ରଥଟଣା ପ୍ରସ୍ତୁତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଗନ୍ନାଥଙ୍କ ରଥ ଦଉଡି ଛୁଇଁଥିଲେ। ସେ ତଳକୁ ଓହ୍ଲାଇ ଭିଡ ଭିତରେ ପଶି ରଥ ଦଉଡି ଛୁଇଁ ନିଜକୁ ଧନ୍ୟ ମନେ କରିଥିଲେ। ଏଥିସହିତ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ମଧ୍ୟ ରଥ ଦଉଡି ସ୍ପର୍ଶ କରିଥିଲେ। ଗତକାଲି ରାତି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ତେର ଦିନିଆ ବିଦେଶ ଗସ୍ତରୁ ଫେରି ଆଜି ସକାଳୁ ପୁରୀ ଗସ୍ତ କରିଥିଲେ।

ad-week
Leave A Reply

Your email address will not be published.