ରଥ ଟଣା ସମୟରେ ଲାଗିଲା ତାର, ଜଣେ ମୃତ, ୭ ଗୁରୁତର

add-all

ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଗ୍ରାମର ମଠସାହିରେ ରଥ ଟାଣିବା ବେଳେ ଅଘଟଣ ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସାତ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ମଠସାହି ଗ୍ରାମର ଶତାଧିକ ଲୋକେ ରଥ ଟାଣୁଥିବା ସମୟରେ ମଠସାହି ଛକ ନିକଟରେ ରାସ୍ତା ଉପର ଦେଇ ଯାଇଥିବା ୧୧ କେଭି ବିଦ୍ଯୁତ ତାର ସହିତ ରଥଟି ଲାଗି ଯାଇ ଥିଲା।

ପ୍ରବଳ ବର୍ଷା ଯୋଗୁଁ ରଥଟି ସମ୍ପୂର୍ଣ୍ଣ ଓଦା ହୋଇଥିବାରୁ ରଥକୁ ଛୁଇଁ ଥିବା ଲୋକମାନେ ବିଦ୍ୟୁତ୍ ଆଘାତର ଶିକାର ହୋଇଥିଲେ। ସେମାନଙ୍କ ମଧ୍ୟରୁ ୮ ଜଣ ଙ୍କ ଅବସ୍ଥା ଗୁରୁତର ହେବା ରୁ ସେମାନଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା ବେଳେ ଜଣକର ମୃତ୍ୟୁ ଘଟିଛି। ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଜାରି ରଖିଛି।

ad-week
Leave A Reply

Your email address will not be published.