
ସାନଖେମୁଣ୍ଡି : ପ୍ରତି ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ସାରା ଦେଶରେ ପାଳିତ ହୋଇ ଆସୁଅଛି । ଏହି ଦିବସ ଅବସରରେ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମ ସ୍ଥିତ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବର ଦ୍ଵିତୀୟ ଦିବସ ପାଳିତ ହୋଇଯାଇଛି l
ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକ ଓ ସମ୍ନାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ରେଡ୍ଡୀ, ନାୟବ ସରପଞ୍ଚ ଦୀପକ କୁମାର ସାହୁ,ପ୍ରଧାନଶିକ୍ଷୟତ୍ରି ସବିତା ଜେନା ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l
ଅତିଥି ଓ ବିଦ୍ୟାଳୟର କୁନି କୁନି ଛାତ୍ରାତ୍ରୀମାନଙ୍କୁ ନେଇ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯିବା ସହ ବୃକ୍ଷ ରୋପଣର ଆବଶ୍ୟକତା ଓ ବୃକ୍ଷ ରୋପଣର ମହାନତା ବିଷୟରେ ରେଞ୍ଜର ବୁଝାଇଥିଲେ l ଆଗାମୀ ବର୍ଷା ଦିନରେ ଦାଣ୍ଡ, ବାଡ଼ି, ବଗିଚା, ପାହାଡ଼, ନଦୀ ତଟରେ କେମିତି ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ବୃକ୍ଷମାନଙ୍କୁ ସୁରକ୍ଷା ଦେବା ତତ ସହିତ ଗାଁ ପରିବେଶକୁ ସବୁଜ ସ୍ୱଚ୍ଛ କରି ଗଢ଼ି ତୋଳିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦିଆଯାଇଥିଲା । ପରିଶେଷରେ ଅତିଥି ମାନଙ୍କ ଦ୍ୱାରା ପରିବେଶ ସୁରକ୍ଷା ସଚେତନତା କୃତି ଛାତ୍ରଛାତ୍ରୀ ମାନଙ୍କୁ ଚିତ୍ରାଙ୍କନ ଓ ବକୃତା ପାଇଁ ପୁରସ୍କୃତ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ପରିଷଦର ସଦସ୍ୟ ଧର୍ମରାଜ ପାତ୍ର, ରାକେଶ କୁମାର ବିଷୋୟୀ ଓ ବିଦ୍ୟାଳୟର ଶିକ୍ଷୟତ୍ରୀ ଗୀତାଞ୍ଜଳି ମହାରଣା, ବିନୋଦିନୀ କର, ଲିଟୁସ୍ମିତା ଗୌଡ଼, ଶୁଚିସ୍ମିତା ମହାରଣା, ଲିପ୍ସା ମହାପାତ୍ର, ପ୍ରିୟଦର୍ଶିନୀ ସ୍ୱାଇଁ, ଲୋପାମୁଦ୍ରା ଜେନା ଶିକ୍ଷକ ପ୍ରମୋଦ ମାଝୀ, ମାନସ ସାମଲ, ରାଜେଶ ଗୌଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।