ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଓ ଉପଖଣ୍ଡ ହାସପାତାଲ ଦାବିରେ ଖଲ୍ଲିକୋଟ ପ୍ରେସକ୍ଲବର ଗଣଧାରଣା

add-all

ଖଲ୍ଲିକୋଟ(୦୨/୦୭) : ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଖଲ୍ଲିକୋଟବ୍ଲକ ର ୨୯ ଗୋଟି ପଂଚାୟତ ସମେତ ପଡୋଶୀ ବ୍ଲକ ର ଦୁଇ ଲକ୍ଷରୁ ଉର୍ଧ ଲୋକ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବେଳେ ପାଞ୍ଚ ଗୋଟି ଏମ ବି ବି ଏସ ଡାକ୍ତର ଓ ତିନି ଗୋଟି ବିଶେଷଜ୍ଞ ଡାକ୍ତର ପଦବୀ ଦୀର୍ଘଦିନ ହେଲା ଖାଲି ପଡିଛି l ମାତ୍ର ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ନେଇ ପ୍ରତିଦିନ ୪୦୦ ବହିଃ ଚିକିଛା ରୋଗୀଙ୍କ ସମେତ ଦୁର୍ଘଟଣା ଗ୍ରସ୍ତ ରୋଗୀ ଓ ଦୈନିକ ୧୨ ଜଣ ମହିଳା ଙ୍କୁ ପ୍ରସବ କରାଇବା ନେଇ ରୋଗୀ ମାନଙ୍କୁ ହନ୍ତ ସନ୍ତ ହେବା ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲେ ମଧ୍ୟ କେହି କର୍ଣପାତ ନ କରିବା ଫଳରେ ଶନିବାର ଦିନ ଖଲ୍ଲିକୋଟ ପ୍ରେସ କ୍ଲବ ନେତୃତ୍ୱ ରେ ସହର ର ବରିଷ୍ଠ ନାଗରିକ ମଂଚ, ଓକିଲ ସଂଘ, ରାହାଣ ଦେବୀ ଟ୍ରକ ମାଲିକ ସଂଘ ,ବଜ୍ରଙ୍ଗ ଦଳ ,ବନିକ ସଂଘ ଭଳି ୧୦ ଗୋଟି ସଂଗଠନ ର କର୍ମକର୍ତା ମାନଙ୍କ ସହଯୋଗରେ ଏକ ଦିବସୀୟ ‘ଗଣଧାରଣା ‘ ଖଲ୍ଲିକୋଟ ଗୋଷ୍ଠି ସ୍ୱାସ୍ଥ୍ୟ ଆଗରେ ଅନୁଷ୍ଠିତ ହୋଇଥିଲା l ପ୍ରେସ କ୍ଲବ ସଭାପତି ଅଶୋକ ତ୍ରିପାଠୀ ଙ୍କ ଅଧକ୍ଷତା ରେ ଆୟୋଜିତ ଗଣଧାରଣା ରେ ବରିଷ୍ଠ ନାଗରିକ ମଂଚ ର ସଭାପତି ଡ଼ଃ .ହରପ୍ରସାଦ ମହାପାତ୍ର ,ସମ୍ପାଦକ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ,ପୁର୍ଣ ଚନ୍ଦ୍ର ଶତପଥୀ ,କ୍ଷିତୀଶ ରଥ ଙ୍କ ସମେତ ଖଲ୍ଲିକୋଟ ଓକିଲ ସଂଘ ସଭାପତି ପ୍ରଶାନ୍ତ କୁମାର ପଣ୍ଡା ,ଆଇନ୍ଜୀବୀ ସିମାଞ୍ଚଳ ବେହେରା ,ରଘୁନାଥ ଗୌଡ଼ ,କୃଷ୍ଣ ଚନ୍ଦ୍ର ପଣ୍ଡା ,ଅରୁଣ କୁମାର ସିଂ ,ପ୍ରଦୀପ କୁମାର ସେଠି ,ମେଘନାଦ ଦଳାଇ ପୂର୍ବତନ କାଉନ୍ସିଲ୍ର ବିପିନ ବିହାରୀ ସାମନ୍ତ ,୧ ନମ୍ବର ୱାର୍ଡ କାଉନ୍‌ସିଲର ସୁଜାତା ସାମନ୍ତ ,ନାରୀନେତ୍ରୀ ଅହଲ୍ୟା ଜେନା ,ରବି ସ୍ୱାଇଁ ,ଟ୍ରକ ମାଲିକ ସଂଘ ସଭାପତି ଚକ୍ରପାଣି ରାଉତ ସମ୍ପାଦକ ପ୍ରକାଶ ମିଶ୍ର ,ଉପ ସଭାପତି ତପନ କୁମାର ଆଚାର୍ଯ୍ୟ, ବିଜେଡି ନଗର ସଭାପତି ନରେନ୍ଦ୍ର କୁମାର ପାତ୍ର ,ପୂର୍ବତନ ସରପଂଚ ମନୋଜ ପ୍ରଧାନ ,ନିରଞ୍ଜନ ନାୟକ , ପୂର୍ବତନ ନଗରପାଳ ରାମ ମୋହନ ପଣ୍ଡା ପ୍ରମୁଖ ଡାକ୍ତର ମରୁଡି ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ତୁରନ୍ତ ବିଶେଷଜ୍ଞ ଡାଟାର ନିଯୁକ୍ତି ଓ ଉପଖଣ୍ଡ ହାସପାତାଲ ଘୋଷଣା ନ କଲେ ଆନ୍ଦୋଳନ କୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ନିଆଯିବ ବୋଲି ସତର୍କ କରାଇଥିଲେ l ଧାରଣା ଷ୍ଟଲ ରେ ତହସିଲଦାର ରାଜ କିଶୋରେ ପଟନାୟକ ,ଜିଲ୍ଲା ମୁଖ୍ୟ ଚିକିଚ୍ଚାଧିକାରୀ ଙ୍କ ପ୍ରତିନିଧି ଡ଼ଃ .ଜଗଦୀଶ ପଟନାୟକ ଓ ଡ଼ଃ .ପ୍ରଦୀପ କୁମାର ଗନ୍ତାୟତ ଉପସ୍ଥିତ ଧାରଣକାରୀ ଙ୍କୁ ଆଗାମୀ ୧୫ ଦିନ ମଧ୍ୟରେ ବିଶେଷଜ୍ଞ ପଦବୀ ପୂରଣ ଓ ଦୁଇଜଣ ଏମ ବି ବି ଏସ ଡାକ୍ତର ଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରତିଶୃତି ଦେବା ସହ ତୁରନ୍ତ ଏକ ଅଲ୍‌ଟ୍ରା – ସାଉଣ୍ଡ ମେସିନ ଓ ଏକ ଜେନେରେଟର ଓ ବ୍ଲଡ଼ ଟ୍ରାନ୍ସଫ୍ୟୁଜନ ଓ ଆନୁସଙ୍ଗିକ ଅସୁବିଧା କୁ ଦୂର କରାଯିବା ପ୍ରତିଶୃତି ପରେ ଧାରଣା ରୁ ହଟିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ମାଧବ ବେହେରା ,ପ୍ରେସ କ୍ଲବ ଉପ ସଭାପତି ଅଶ୍ୱିନ କୁମାର ମହାନ୍ତି ,ସମ୍ପାଦକ ମନମୋଦନ ସାହୁ ,ବରିଷ୍ଠ ସାମ୍ବାଦିକ ବିଭୁତି ଭୂଷଣ ତ୍ରିପାଠୀ ,ସୁନୀଲ ମହାପାତ୍ର ,ପ୍ରିୟରଞ୍ଜନ ପଣ୍ଡା ଓ ଗଣେଶ ମଲ୍ଲିକ ,ଦୀପକ ରଣା ,ଦୀପକ ସ୍ୱାଇଁ ପ୍ରମୁଖ ଗଣଧାରଣା ରେ ସହଯୋଗ କରିଥିଲେ l

ad-week
Leave A Reply

Your email address will not be published.