୭୩ ତମ ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ନୂଆପଦର ଉପବିଭାଗ ଦ୍ଵାରା ୭୩ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ରେଞ୍ଜ ନୂଆପଦର ବନପାଳ ବ୍ରଜ ସୁନ୍ଦର ଦାସ ନେତୃତ୍ବରେ କେଳାପଡା ପଞ୍ଚାୟତ ସେସ୍କାଯୋଡି ଧୂଳେଶ୍ଵର ଖାଲି ଥିବା ପଡିଆ ଠାରେ ବୃକ୍ଷରୋପଣ ଶୁଭାରମ୍ଭ ହୋଇଯାଇଛି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ କେଳାପଡା ସରପଞ୍ଚ ସ୍ବର୍ଣ୍ଣଲତା ପ୍ରଧାନ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ସମିତି ସଭ୍ୟ ବୈରାଗୀ କହଁର, ନାଏକ ସରପଞ୍ଚ ଶ୍ରୀକାନ୍ତ ଦିଗାଲ ,ସାଡିଙ୍ଗିଆ ବନରଖି ସାଗର ପ୍ରଧାନ, ବନରଖି ଭାଗିରଥି ମେହେର , ଯତି ନନ୍ଦ, ବାବୁଲା ବିଶୋଇ, ସାମିଆ କହଁର, ବିଜୟ କହଁର, ଗୁଣ୍ଡିଚା ସାହୁ, ଲଇସା କହଁର, ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅଁଳା,ଜାମ୍ମୁ, ପଣସ ,କରଞ, ଆମ୍ବ, କୋଡ଼ିଏ ହଜାର ବୃକ୍ଷ ରୋପଣ ଥିବା ବେଳେ ପ୍ରଥମ ଦିନରେ ବୃକ୍ଷରୋପଣ ରୋପଣ ଶୁଭାରମ୍ଭ କରାଯାଇ । ସବୁଜ ସ୍ୟାମଳ ସବୁଜ ସୁନ୍ଦର ଆଗାମୀ ଭବିଷ୍ୟତ ରେ ଏକ ଭିନ୍ନ ପ୍ରଣାଳୀର ପ୍ରାକୃତିକ ପରିବେଶ ପଦକ୍ଷେପ ରହିବ । କାର୍ଯ୍ୟକ୍ରମ ରେ ବନରଖି ଭାଗିରଥି ମେହେର ସାହାଯ୍ୟ କରିବା ସହ ଅନ୍ୟ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.