ହିଞ୍ଜିଳିକାଟୁରେ ୭୩ ତମ ବନମହୋତ୍ସବ ସପ୍ତାହ ପାଳନ

add-all

ହିଞ୍ଜିଳିକାଟୁ (ତା୨/୭) : ଗଞ୍ଜାମଜିଲ୍ଲା ବ୍ରହ୍ମପୁର ବନଖଣ୍ଡର ହିଞ୍ଜିଜି ଉପଖଣ୍ଡ ବନାଞ୍ଚଳ ତରଫରୁ ମହାନଦୀ ମିଶନ ର ହିଞ୍ଜିଳିକାଟୁ ବ୍ଳକ ଆଲପୁର ଗ୍ରାମ ନିକଟରେ ରିଷିକୁଲ୍ୟା ନଦୀ ପଠାରେ ବନ ବିଭାଗ ପକ୍ଷରୁ ୭୩ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ରାଳବ ଗ୍ରାମପଞ୍ଚାୟତ ସମିତି ସଭ୍ୟ ରିନା ପଲେଇ ଓ ସରପଂଚ ରଶ୍ମିତା ପ୍ରଧାନ ,ହିଞ୍ଜିଳିକାଟୁ ତହସିଲଦାର ପ୍ରଭାତ କୁମାର ପରିଡ଼ା, ହିଞ୍ଜିଳିକାଟୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ଆଲପୁର ଗ୍ରାମ ନଦୀ ପଠାରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମର ଶୁଭାରମ୍ଭ କରିଥିଲେ । ପୁଣି ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ ବିଭାଗ ପକ୍ଷରୁ ବନାଚଂଳ ଅଧିକାରୀ ରଞ୍ଜିତ କୁମାର ମିଶ୍ର,,ବନପାଳ ପ୍ରଦିପ କୁମାର ପଣ୍ଡା, ବନରକ୍ଷକ ମିତାରାଣି ବିଶ୍ଵାସରାୟ, ଲବ ପାତ୍ର, କୃଷ୍ଣ ସେନାପତି, ଜୟ ପ୍ରଧାନ ଙ୍କ ସହ ସମସ୍ତ ସ୍କାର୍ଡ ଦଳ, ପଚାଂୟତର ୱାର୍ଡ଼ ମେମ୍ବର ଙ୍କ ସହ ଆଲପୁର ଉଚ୍ଚ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ୭୩ ତମ ବନମହୋତ୍ସବ ସପ୍ତାହ ପାଳନରେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.