ରୁଚିକା ଆତ୍ମହତ୍ୟା ଘଟଣାରେ ମହିଳା କମିସନଙ୍କ ତଦନ୍ତ ଆରମ୍ଭ

add-all

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ପ୍ରସଙ୍ଗରେ ରାଜ୍ୟ ମହିଳା କମିଶନଙ୍କ ୩ଜଣିଆ ଟିମ ବିଜେବି କଲେଜକୁ ଯାଇ ତଦନ୍ତ କରିଛନ୍ତି।

ହଷ୍ଟେଲ ୱାର୍ଡେନ ଓ ଛାତ୍ରୀଙ୍କୁ ୩ଜଣିଆ ଟିମ ପଚରାଉଚୁରା କରିଛନ୍ତି। କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କଲେ ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଆମେ ପାଇଥିବା ତଥ୍ୟ ସରକାରଙ୍କୁ ପ୍ରଦାନ କରିବୁ ବୋଲି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ପ୍ରକାଶ କରିଛନ୍ତି। କଲେଜର ଅଧ୍ୟକ୍ଷ, ୱାଡେର୍ଣ୍ଣ ଓ ଛାତ୍ରୀମାନଙ୍କ ସହ ଆଲୋଚନା କରିଛୁ। ଯେଉଁ ତଥ୍ୟ ମିଳିଛି ତାହା ସରକାରଙ୍କୁ ଲିଖିତ ଆକାରରେ ଜଣାଇବୁ। ତଦନ୍ତ ଚାଲିଥିବାରୁ ମିଳିଥିବା ତଥ୍ୟ ବାହାରେ ପ୍ରକାଶ କରିପାରିବୁ ନାହିଁ ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.