ସାମ୍ବାଦିକଙ୍କ ପିତୃ ବିୟୋଗ

add-all

ଛତ୍ରପୁର : ଛତ୍ରପୁରର ଯୁବ ସାମ୍ବାଦିକ ତଥା ଛତ୍ରପୁର ପ୍ରେସ କ୍ଳବର ସମ୍ପାଦକ ସନ୍ତୋଷ କୁମାର ପାଢ଼ୀଙ୍କ ପିତା ହରିହର ପାଢ଼ୀଙ୍କ (77)ଆଜି ସକାଳେ କାଳିଆବାଲି ସ୍ଥିତ ନିଜସ୍ୱ ବାସଭବନ ବିୟୋଗ ଘଟିଛି l ସେ ସୁନାବେଡା ସ୍ଥିତ ଏଚ ଏ ଏଲ ଅବସରପ୍ରାପ୍ତ କର୍ମଚାରୀ ଥିଲେ l ସେ ଜଣେ ପରୋପକାରୀ, ଧର୍ମରାୟଣ ବ୍ୟକ୍ତି ଭାବେ କାଳିଆବାଲି ଓ ଆଖପାଖ ଅଂଚଳ ରେ ସୁପରୁଚିତ ଥିଲେ l ତାଙ୍କର ମୃତ୍ୟୁ ଖବର ପ୍ରସାର ପରେ ଅଂଚଳ ରେ ଏକ ଶୋକ ଛାୟା ଖେଳି ଯାଇଛି l ଏନେଇ ତାଙ୍କ ବାସଭଵନ ରେ ସିପିଆଇ ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଶ୍ରୀରାମ ଚନ୍ଦ୍ର ପୁର ସରପଞ୍ଚ ଏସ. ସଂଜୀବ ରେଡ୍ଡୀ, ଚମାଖଣ୍ଡି ସରପଞ୍ଚ ସିଏଚ. ମନୋଜ କୁମାର ରେଡ୍ଡୀ, ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ,ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଆଇନଜୀବି ପି. ଧର୍ମା ରେଡ୍ଡୀ, ବିଜେଡ଼ି ନେତା ଜି. ଦିଲେଶ୍ଵର ରେଡ୍ଡୀ, ଭିକାରୀପଲ୍ଲୀ ର ଗ୍ରାମ ପଂଚାୟତ ର ପୂର୍ବତନ ସମିତି ସଭ୍ୟ ମଥୁରା ଚରଣ ସୁବୁଦ୍ଧି,ଛତ୍ରପୁର ପ୍ରେସ କ୍ଳବର ସମସ୍ତ କର୍ମକର୍ତା ଓ ସଦସ୍ଯ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସ୍ବର୍ଗତ ପାଢ଼ୀ ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ବଡ଼ ପୁଅ ସନ୍ତୋଷ, ସାନପୁଅ ସୁଶାନ୍ତ ଓ ଝିଅ ଜ୍ୱାଇଁ, ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ l ତାଙ୍କର ଅନ୍ତେଷ୍ଟ୍ରି କ୍ରୀୟା ପୁରୀ ସ୍ୱର୍ଗ ଦ୍ୱାର ହୋଇଥିଲା l

ad-week
Leave A Reply

Your email address will not be published.