ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟତିଥି ଉପଲକ୍ଷେ ରକ୍ତଦାନ ଶିବିର ଅନୁଷ୍ଠିତ

add-all


ରାଜଗାଙ୍ଗପୁର/ ସୁନ୍ଦରଗଡ଼ (୦୩/୦୭) : ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୫ ତମ ପୁଣ୍ୟତିଥି ଉପଲକ୍ଷେ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଡାଲମିଆ କମ୍ପାନୀ ର କର୍ମଚାରୀ ଓ “ସମାଜ ” ର ମିଳିତ ଆନୁକୂଲ୍ୟରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ଡାଲମିଆ କମ୍ପାନୀର ନିର୍ଦ୍ଦେଶକ ଚେତନ ଶ୍ରୀବାସ୍ତବ ବିଧିବଦ୍ଧ ଭାବରେ ଶୁଭାରମ୍ଭ କରି ରକ୍ତଦାତାଙ୍କର ଉତ୍ସାହ ବୃଦ୍ଧି କରିଥିଲେ। ଏହି ଶିବିରରେ ୬୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ରକ୍ତଦାତା ନିଜର ବହୁମୂଲ୍ୟ ରକ୍ତଦାନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇବାରେ ନିଶ୍ଚିତ ଭାବରେ ସହାୟକ ହେବେ ଶ୍ରୀ ଚେତନ ପ୍ରକାଶ କରିଥିଲେ।

ad-week
Leave A Reply

Your email address will not be published.