ରାଜ୍ୟରେ ବିଜୁଳି ସଂକଟ ନାହିଁ , ଜରୁରୀ ନଥିଲେ ବିଜୁଳି ନକାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି: ଶକ୍ତିମନ୍ତ୍ରୀ

add-all

ଭୁବନେଶ୍ବର: ଓଡ଼ିଶା ବିଜୁଳି ବଳକା ରାଜ୍ୟ। ମୁଲତବୀ ଆଲୋଚନା ବେଳେ ଏହା କହିଛନ୍ତି ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। ୨୦୨୨ରେ ୧୦ରୁ ୧୨ଦିନ ସାମୟିକ ଭାବେ ଅଧଘଣ୍ଟାରୁ ଘଣ୍ଟାଏ ଲେଖାଏଁ ବିଜୁଳି କାଟ ହେଉଥିଲା। ପିକ୍‌ ସମୟରେ ଅନ୍ୟ ରାଜ୍ୟ ତୁଳନାରେ କମ ବିଜୁଳି କାଟ ହେଉଥିଲା। ଏପ୍ରିଲ ୨୫ ତାରିଖରୁ ଆଉ ବିଜୁଳି କାଟ ହେଉନାହିଁ।

ଅତ୍ୟନ୍ତ ଜରୁରୀ ନଥିଲେ ମରାମତି କାର୍ଯ୍ୟ ପାଉଁ ବିଜୁଳି ନକାଟିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି। ସାରା ଦେଶରେ ବିଜୁଳି ଯୋଗାଣ ଦର ଓଡ଼ିଶାରେ କମ୍‌ ରହିଛି।

ରାଜ୍ୟରେ ବିଜୁଳି ଗ୍ରାହକଙ୍କ ସଂଖ୍ୟା ୧୬ ପ୍ରତିଶତ ବୃଦ୍ଧି ପାଇ ୯୬ଲକ୍ଷରେ ପହଞ୍ଚିଛି। ଗତ ୩ମାସ ଏପ୍ରିଲରୁ ଜୁନ ମଧ୍ୟରେ ବିଜୁଳି ଚାହିଦା ୨୩ପ୍ରତିଶତ ବଢିଛି। ଏହା ସତ୍ତ୍ୱେ ରାଜ୍ୟ ସରକାରଙ୍କ ଉତ୍ତମ ପରିଚାଳନା ଯୋଗୁଁ ନିରବଚ୍ଛିନ୍ନ ଭାବେ ବିଜୁଳି ଯୋଗାଇ ଦେଇଆସୁଛନ୍ତି। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ରାଜ୍ୟରେ ବିଜୁଳି ସମସ୍ୟା ଜାରି ରହିଛି। ଦିଲ୍ଲୀ ଓ ପଞ୍ଜାବରେ ମାଗଣା ବିଜୁଳି ଦିଆଯାଉଛି। ରାଜ୍ୟରେ ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ୟୁନିଟ ପିଛା ଅଧିତ ଟଙ୍କା ନିଆଯାଉଥିବା ସାଲୁଜା କହିଛନ୍ତି।

ad-week
Leave A Reply

Your email address will not be published.