ସ୍ୱାଭିମାନ ଅଞ୍ଚଳରେ ୭୩ ତମ ବନ ମହୋତ୍ସବ ଅନୁଷ୍ଠିତ…

add-all

ଚିତ୍ରକୋଣ୍ଡା : ମାନବ ସମାଜ ତିଷ୍ଠି ରହିବା ପାଇଁ ବନ ଜଙ୍ଗଲ ସୁରକ୍ଷିତ ରହିବା ଏକାନ୍ତ ଆବଶ୍ୟକ। ତେଣୁ ପ୍ରତିଟି ବ୍ୟକ୍ତିକୁ ନିଜେ ନିରୋଗରେ ରହିବା ସହିତ ଅନାବଶ୍ୟକ ବୃକ୍ଷଚ୍ଛେଦନରେ ରୋକ୍ ଲଗାଇ ବଣ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି ହିଁ ବନ ମହୋତ୍ସବ ର ଏକ ବଡ଼ ଲକ୍ଷ l ଯଦି ମାନବ ସମାଜ ବନ ଜଙ୍ଗଲ ସୁରକ୍ଷା ପ୍ରତି ଆଜିଠୁ ଯତ୍ନ ନ ହୁଏ ତେବେ ଦିନେ ବନ ଜଙ୍ଗଲ ତା’ର ସନ୍ତୁଳନ ହରାଇ ବସିବ । ଏହି କ୍ରମରେ ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ବଡ଼ପଡ଼ା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଆୟୋଜିତ ହୋଇଥିଲା ୭୩ତମ ବନୋମହୋତ୍ସବ କାର୍ଯ୍ୟକ୍ରମ । ଉକ୍ତ ବନ ମହୋତ୍ସବର ଅବସରରେ ଚିତ୍ରକୋଣ୍ଡା ବନାଞ୍ଚଳ ଆନୁକୂଲ୍ୟରେ ସ୍ୱାଭିମାନ ଅଞ୍ଚଳ ପଡ଼ପଡ଼ା ଏସଏସଡି ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା ତତ ସହିତ ସ୍ୱାଭିମାନ ଅଞ୍ଚଳ ର ଆଖ ପାଖ ବହୁ ବିଦ୍ୟାଳୟ ର ପିଲାଙ୍କୁ ନେଇ ବୃକ୍ଷ ରୋପଣ ପର୍ବ ର ବନମହୋତ୍ସବ ପ୍ରବନ୍ଧ କୁ ନେଇ ପ୍ରତିଯୋଗିତା

କରାଯାଇଥିଲା । ଉତ୍ତୀର୍ଣ୍ଣ କୃତ୍ତି ନଅ ଜଣ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ମାଲକାନଗିରି ବନଖଣ୍ଡ ଅଧିକାରୀ ପ୍ରତାପ କତାପାଲି ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥବା ବେଳେ ସନମାନିତ ଅତିଥି ଭାବରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ,ଚିତ୍ରକୋଣ୍ଡା ବନାଞ୍ଚଳ ଅଧକାରୀ ବଳରାମ ନାୟକ, ବଡ଼ପଡ଼ା ସମିତି ସଭ୍ୟ ଚକ୍ରଧର ଖିଲ, ବଡ଼ପଡ଼ା ଏସଏସଡି ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶତ୍ରୁଘନ ସ୍ୱାଇଁ, ସାରିଆପାଲି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜତୀଶ ରଞ୍ଜନ ଆଚାର୍ଯ୍ୟ ଙ୍କ ଉପସ୍ଥିତ ରହି ଥିବା ବେଳେ ବନ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନ ରେ ସ୍ୱାଭିମାନ ଅଞ୍ଚଳରେ ବହୁ ସଂଖ୍ୟକ ବୃକ୍ଷରୋପଣ କରାଯାଇ ଯେପରି ଭାବେ ସବୁ ଗଛ ବଞ୍ଚା ଯାଇପାରିବ ସେ ଉପରେ ସମସ୍ତ ଚେଷ୍ଟା ଓ ସହାୟତା ଯୋଗାଇ ଦେବାକୁ ବନଖଣ୍ଡ ଅଧିକାରୀ ପ୍ରକାଶ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ କୁ ବନପାଳ ମୃତୁଞ୍ଜୟ ସେଠି ପରିଚାଳନା କରିଥିଲେ l

ad-week
Leave A Reply

Your email address will not be published.