ଚିତ୍ରକୋଣ୍ଡା ପୁଲସ ଦ୍ଵାରା ୧୧୯ କେଜି ଗଞ୍ଜେଇ ଜବତ ଜଣେ ଗିରଫ…

add-all


ଚିତ୍ରକୋଣ୍ଡା :- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ ୩,ଟନେଲକ୍ୟାମ୍ପ,ନାକାମାମୁଡୁ,ମନ୍ତ୍ରୀପୁଟ ଅଞ୍ଚଳରେ ରାତ୍ରି ଖାନତଲାସୀ କରିବା ସମୟରେ ସେଠାରୁ ପୋଲିସ ୧୧୯ କେଜି ୧୦୦ ଗ୍ରାମ ଗଂଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ୩ ତାରିଖ ରାତିରେ ଚିତ୍ରକୋଣ୍ଡା ଥାନା ଏସ ଆଇ ବି କେ ଦଳ ଙ୍କ ନେତୃତ୍ୱରେ ଚିତ୍ରକୁଣ୍ଡା ପୋଲିସ ର ଏକ ଟିମ ରାତି ସମୟରେ ମନ୍ତ୍ରୀପୁଟ ନାକାମାମୁଡ଼ି ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ କିଛି ଜଣ ବ୍ୟକ୍ତି ନାକାମାମୁଡି ଗ୍ରାମ ଠାରୁ ୬୦୦ ମିଟର ଦୂର ଜଙ୍ଗଲ ରାସ୍ତାରେ ଛିଡ଼ା ହୋଇଥିବା ପୋଲିସ ଟିମ ଦେଖିବାକୁ ପାଇଥିଲା। ପୋଲିସ କୁ ଦେଖି ଛିଡା ହୋଇଥିବା ଲୋକେ ଜଙ୍ଗଲ ଆଡକୁ ଦୌଡି ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ଟିମ ସେମାନଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବା କୁ ସକ୍ଷମ ହୋଇଥିଲେ।ତାହା ନିକଟରେ ୫ଟି ଜରି ବସ୍ତାରେ ଗଂଜେଇ ରହିଥିବା ଜାଣିବାକୁ ପାଇଥିଲେ। ପୋଲିସ ଗଞ୍ଜେଇ ଜବତ କରି ଜଣେ ଚାଲାଣକାରୀ ଙ୍କୁ ଥାନାକୁ ନେଇଥିଲା। ଜବତ ଗଞ୍ଜେଇ କୁ ଓଜନ କରିବା ପରେ ଏହା ୧୧୯ କେଜି ୧୦୦ ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ଦଶ ଲକ୍ଷ ରୁ ଉର୍ଦ୍ଧ୍ବ ହେବ ବୋଲି ପୋଲିସ କହିଛି। ଜବତ ଗଞ୍ଜେଇ ଓଡିଶାରୁ ଆନ୍ଧ୍ର ରାଜ୍ୟର ସିଲେରୁ ଅଞ୍ଚଳକୁ ଚାଲାଣ ହେଉ ଥିଲା ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଚିତ୍ରକୋଣ୍ଡା ଥାନା କେଶ ନଂ ୮୦/୨୨ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରାଯାଇଛି ଓ ଗଂଜେଇ ଚୋରା ଚାଲାଣ କାରୀ ଶ୍ୟାମ ଖରା(୨୮) ଗିରଫ କରିବା ସହ କୋର୍ଟ ଚାଲାଣ କରାଯାଇଥିବା ନେଇ ଚିତ୍ରକୋଣ୍ଡା ଓଆଇସି ଅନିଲ କୁମାର ପରିଡ଼ା ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.