ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା, ଅଭିଯୁକ୍ତ ଗିରଫ

add-all

ଭଦ୍ରକ: ସାଙ୍ଗ ବାହାଘର ଭୋଜିରୁ ଫେରିବା ବେଳେ ପିଟିପିଟି ହତ୍ୟା ଘଟଣାରେ ଅଭିଯୁକ୍ତ ଗିରଫ । ଭୋଜିରେ ମାଂସ ଖାଇବା ଓ ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ନେଇ ପୋଲିସ ସ୍ପଷ୍ଟ କରିଛି ।

ସୂଚନା ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବିଜେଗଙ୍ଗାଧରପୁର ଅଞ୍ଚଳରେ ଗତକାଲି ସାଙ୍ଗ ବିବାହଘର ଭୋଜିରେ ଯୋଗ ଦେଇ ଫେରୁଥିବା ବେଳେ ବିଦ୍ୟାଧର ମାଝୀ ଙ୍କୁ ଡିଜେ ଡ୍ରାଇଭର ଆଦିତ୍ୟ ରାଉତ ପିଟି ପିଟି ହତ୍ୟା କରି ଫେରାର ହୋଇଯାଇଥିଲା।

ଯାହାକୁ ନେଇ ପରିବାର ପକ୍ଷରୁ ଗ୍ରାମାଞ୍ଚଳରେ ଲିଖିତ ଅଭିଯୋଗ କରାଯାଇଥିଲା ଏହି ଅଭିଯୋଗ ଭିର୍ତ୍ତି କରି ଗ୍ରାମାଞ୍ଚଳ ପୋଲିସର ଏକ ଟିମ ତିହିଡି଼ ବ୍ଲକର ମନ୍ଦାରମାଳ ଅଞ୍ଚଳରୁ ମୁଖ୍ୟ ଅଭିଯୁକ୍ତ ଆଦିତ୍ୟ ରାଉତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ତା ନିକଟରୁ ଏକ ବ୍ୟବହୃତ ହେଇଥିବା ବାଉଁଶ ବାଡ଼ି ଟିକୁ ଜବତ କରିଛି। ଏହାକୁ ନେଇ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ସୂଚନା ଦେଇଛନ୍ତି। ମୁଖ୍ୟତଃ ପୂର୍ବ ଶତ୍ରୁତା କୁ ନେଇ ଏହି ହତ୍ୟା କାଣ୍ଡ ଘଟାଇଛି ବୋଲି ଭଦ୍ରକ ଏସ୍ଡ଼ିପିଓ ପ୍ରଭାସ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.