ମୋବାଇଲ୍‌ ଗେମ୍‌ରେ ବୁଡ଼ିଗଲା ୧୦ହଜାର ଟଙ୍କା; ଆତ୍ମହତ୍ୟା କଲେ ଯୁବକ

Independence

ପଟ୍ଟାମୁଣ୍ଡାଇ : ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହରେଇବାରୁ ଯୁବକଙ୍କ ଆତ୍ମହତ୍ୟାl ଆଳି ଥାନା ଅନ୍ତର୍ଗତ ମାନପୁର ଗାଁରେ ଏମିତି ଘଟଣା ଘଟିଛିl ମୃତ ଯୁବକ ହେଲେ ଆଶିଷ କୁମାର ଦାସl ଆଶିଷ ଅନଲାଇନରେ ଗେମ୍ ଖେଳିବା ବେଳେ ୧୦ ହଜାର ଟଙ୍କା ହାରିଯିବାରୁ ଦୁଃଖିତ ହୋଇ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତିl

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଆଶିଷ ଘର କବାଟ ଭିତରୁ ବନ୍ଦ କରି ପଙ୍ଖାରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତିl ଝରକା ବାଟେ ଆଶିଷଙ୍କ ଝୁଲୁଥିବା ମୃତ ଦେହ ଦେଖି ପରିବାର ଲୋକେ ଘର କବାଟ ଭାଙ୍ଗି ଆଶିଷଙ୍କୁ ଉଦ୍ଧାର କରି ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେl ସେଠାରେ ଡାକ୍ତର ଆଶିଷଙ୍କୁ ମୃତ ଘୋଷଣା କରିଛନ୍ତିl

ad-week
Leave A Reply

Your email address will not be published.