ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

add-all

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶା ଓ ଏହାର ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଥିବା ଲଘୁଚାପ ଆନ୍ଧ୍ର ମୁହାଁ ହେଉଥିବାରୁ ଉପାନ୍ତରୁ ଉପକୂଳ ସବୁଠି ବର୍ଷିବ ବୋଲି ପୂର୍ବାନୁମାନ କରିଛି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି)।

ଆରବସାଗର ଏବଂ ବଙ୍ଗପ ସାଗର ପଟୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁ ଜୁଲାଇ ୧୧ ଯାଏ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ତେବେ ଜୁଲାଇ ୮ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ସିଇସି। ଏହି ସମୟରେ ଅଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ଅଞ୍ଚଳରେ ଜୁଲାଇ ୨୦ ଯାଏ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ସିଇସି ସୂଚନା ଦେଇଛି।

ସେହିପରି ଜୁଲାଇ ୧୧ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଆଉ ଏକ ଅର୍ଥାତ ତୃତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଜୁଲାଇ ୧୩ ବେଳକୁ ଗଭୀର ଅବପାତ ରୂପ ନେଇପାରେ। ଏହି ସମୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ କେତେକ ସ୍ଥାନରେ ମୂଶଳ ଧାରାରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ମହାନଦୀ,ବଂଶଧାରା ଏବଂ ଋଷିକୁଲ୍ୟା ନଦୀରେ ଉପାନ୍ତରେ ଏହି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସିଇସି ପୂର୍ବାନୁମାନ କରିଛି।

ad-week
Leave A Reply

Your email address will not be published.