ଫିରିଙ୍ଗିଆ କାର୍ଯ୍ୟରତ ସାମ୍ବାଦିକ ତରଫରୁ ଦାବିପତ୍ର

add-all

ଫୁଲବାଣୀ : ସତ୍ୟ ନିର୍ଭକ ନିରପେକ୍ଷ ଖବର ଲୋକ ଲୋଚନକୁ ଖବର ପ୍ରସାରଣ କରୁଥିବା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କୁ ଗିରଫ ଓ ଗିରଫ ସମୟରେ କରାଯାଇଥିବା ଦୁର୍ବ୍ୟବହାର ବିରୋଧ କରି ଆଜି ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ସାମ୍ବାଦିକ ତରଫରୁ ବିଡ଼ିଓଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରିବା ନିମନ୍ତେ ବ୍ଲକ ସମ୍ମୁଖରେ ଧାରଣା ଦେଇଛନ୍ତି । ଆଜି ସକାଳ ୧୧ ଘଣ୍ଟା ସମୟରେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମହାଦେବ ସାହୁଙ୍କ ନେତୃତ୍ବରେ ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ସାମ୍ବାଦିକ ଉତ୍ତମ ଖମାରୀ,ହୃରଞନ ସେଠୀ, ମନୋଜ କୁମାର ସାହୁ, ସଞ୍ଜୟ ସାହୁ ସହ ଅନ୍ୟାନ୍ୟ ସାମ୍ବାଦିକ ମାନେ ସାମିଲ ହୋଇଥିଲେ । ସାମ୍ବାଦିକ ମାନେ ବ୍ଲକ ସମ୍ମୁଖରେ ଧାରଣା ଦେବା ସହ ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ ଅନୁପସ୍ଥିତ ଥିବାରୁ ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାତେଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।

ad-week
Leave A Reply

Your email address will not be published.