ଜିଲ୍ଲାପାଳ ଙ୍କ ଅଚାନକ ସ୍ୱାଭିମାନ ଅଞ୍ଚଳ ଗସ୍ତ

add-all

ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ଭିୟୁ ପଏଣ୍ଟ ଚୟନ
ସ୍ୱାଭିମାନ ଅଞ୍ଚଳ ର ବିଭିନ୍ନ ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା

ଚିତ୍ରକୋଣ୍ଡା (୦୫/୦୭) : ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଙ୍ଗ ଅଚାନକ ତାଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଅଧିକାରୀ ଟିମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଭୂୟାଁ, ଓଡିଶା ଜୀବିକା ମିଶନ ଡିପିଏମ ପବିତ୍ର ମୋହନ ବରୁଆ, ଏମଜିଏନଆରଇଜିଏ କୋଡ଼ିନେଟର ଶୁଭଲଷ୍ମୀ ସାହୁ ନେଇ ଚିତ୍ରକୋଣ୍ଡା ରେ ପହଞ୍ଚିଥିଲେ । ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ,ସହାୟକ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ବେହେରା ଓ ଏପିଓ ଉଛବ ଗିରି ମିଳିତ ଭାବରେ ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କରି ଗୁରୁପ୍ରିୟା ମାର୍କେଟ କମ୍ପ୍ଲେକ୍ସ ଏବଂ ଯାନବାଇ ତଥା ବଡ଼ପଡା ର ଦୁଇଟି ମେଡିକାଲ ବୁଲି ପରିଦର୍ଶନ କରି ଦେଖିବା ସହିତ ଉତ୍ତମ ସ୍ଥାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏବଂ ଉନ୍ନତିକରଣ ନିମନ୍ତେ ପରାମର୍ଶ ଦେଇଥିଲେ l ସେଇଭଳି ଲୁଚାପାଣି ରେ ପିଲା ମାନେ ଖେଳୁଥିବା ଦେଖି ପିଲା ମାନଙ୍କୁ ଫୁଟ ବଲ ଖେଳ ସାମଗ୍ରୀ ଓ କ୍ରିକେଟ ଖେଳ ସାମଗ୍ରୀ ପ୍ରଦାନ କରିଥିଲେ l ତା ପରେ ସ୍ୱାଭିମାନ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ହନ୍ତାଳଗୁଡ଼ା ଠାରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ଥଳୀ ( ଭିୟୁ ପଏଣ୍ଟ )ଚି଼ହ୍ନଟି କରଣ ନିମନ୍ତେ ବୁଲି ଦେଖି ସ୍ଥାନ ଚୟନ କରିଥିଲେ l

ପରେ ପଣଷପୁଟ ବିଦ୍ୟାଳୟ କୁ ପରିଦର୍ଶନ କରି ବିଦ୍ୟାଳୟ ଶ୍ରେଣୀ ଗୃହ ବୁଲି ବିଦ୍ୟାଳୟ କୁ ତୁରନ୍ତ ନୂଆ ଘର ତଥା ଉର୍ନତି କରଣ ଏବଂ ଚାଲିଥିବା ଆରଆଇ ଅଫିସ ବୁଲି ଦେଖିଥିଲେ ଡ୍ରେନ ତଥା ଅନ୍ୟାନ୍ୟ ଉନ୍ନୟନ କାମ ସମସ୍ୟା ସମାଧାନ ନିମନ୍ତେ ନିର୍ଦେଶ ଦେଇଥିଲେ l ସେଇଭଳି ସିଙ୍ଗୋଇ ଗ୍ରାମରେ ଚାଲିଥିବା ଅମୃତ ସରୋବର ଯାଇ ବୁଲି ଦେଖିବା ସହିତ ସିଙ୍ଗୋଇ ଗାଁ ର ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ବୁଝିଥିଲେ ପାଣି, ଘର, ରାସ୍ତା ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ତୁରନ୍ତ ସମାଧାନ ନିମନ୍ତେ ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏଥି ସହିତ ସ୍ୱାଭିମାନ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନ କାମର ପରିଦର୍ଶନ କରି ସମୀକ୍ଷା କରିଥିଲେ l

ad-week
Leave A Reply

Your email address will not be published.