ମହାମହିମ ରାଜ୍ୟପାଳଙ୍କ ଦ୍ୱାରା କବିତା “ଶେଷ ପୃଷ୍ଠା” ଉନ୍ମୋଚିତ

add-all

ଫୁଲବାଣୀ:- ଆଜି ଓଡ଼ିଶା ରାଜଭବନରେ ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ରାଧା ମୋହନ ମହାପାତ୍ରଙ୍କ କବିତା ପୁସ୍ତକ “ଶେଷ ପୃଷ୍ଠା” ଉନ୍ମୋଚିତ କରିଛନ୍ତି ।ରାଧାମୋହନ ଜଣେ ଯୁବ ସମାଜସେବୀ, ସରକାରୀ ସ୍ବୀକୃତି ପ୍ରାପ୍ତ ସାମ୍ବାଦିକ, ଦରଦୀ ପରୋପକାରୀ, ଦକ୍ଷ ସଙ୍ଗଠକ ଓ କନ୍ଧମାଳ ଜିଲ୍ଲାର ଜଣେ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭାବେ ପରିଚିତ । ଯୁବ ପୀଢ଼ିର ଯୁବକବି ଭାବରେ ପ୍ରଥମ ଥର ଏହି ପୁସ୍ତକ ଲେଖିଛନ୍ତି। ତାଙ୍କରି ଲିଖିତ କବିତା ପୁସ୍ତକ “ଶେଷ ପୃଷ୍ଠା” ଆଜିର ସମାଜ ଓ ଯୁବ ପିଢୀଙ୍କ ନିକଟରେ ଆଦୃତି ଲାଭ କରି ପାରିବ ବୋଲି ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ଗଣେସି ଲାଲ୍ ଆଶା ବ୍ୟକ୍ତ କରିଛନ୍ତି। ଯୁବ ପିଢ଼ିର ଲେଖକ ମାନଙ୍କୁ ଶ୍ରୀ ମହାପାତ୍ରଙ୍କ ପ୍ରଚେଷ୍ଟା ପ୍ରେରଣା ଯୋଗାଇବ ବୋଲି କହିବା ସହିତ ତାଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ad-week
Leave A Reply

Your email address will not be published.