ବାଲ୍ୟବିବାହ ରୋକିବାକୁ ସରପଞ୍ଚ ମାନଙ୍କ ଶପଥ

add-all

ଦାରିଙ୍ଗବାଡ଼ି ୬/୭ , କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ପଞ୍ଚାୟତ ସ୍ଥିତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଠାରେ ବାଲ୍ୟବିବାହ ରୋକିବା ପାଇଁ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରେମ ଓ ଏଡିକୋ ସହାୟତା ରେ ଅଞ୍ଚଳର ଆଠଗୋଟି ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ପ୍ରୋଗ୍ରାମ ମ୍ୟାନେଜର ସୁଧିର କୁମାର ଦିଗାଲ ଓ ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡା ଯୋଗ ଦେଇ ବାଲ୍ୟ ବିବାହ ରୋକିବା ପାଇଁ ଗ୍ରାମ ତଥା ୱାର୍ଡ ସ୍ତରରେ ଲୋକଙ୍କୁ କିଭଳି ସଚେତନତା କରାଯାଇ ପାରିବ ସେନେଇ ବିସ୍ତୃତ ଆଲୋଚନା କରିଥିଲେ। ଯେଉଁମାନେ ବାଲ୍ୟ ବିବାହ କରନ୍ତି ସେମାନଙ୍କୁ କିଭଳି ଭାବେ ପରାମର୍ଶ ପ୍ରଦାନ କରିବେ ଯଦ୍ୱାରା ,କାହାରିବି କିଛି କ୍ଷତି ହେବନାହିଁ। ଏଣୁ ପ୍ରାଥମିକ ସ୍ତରରେ କର୍ଯ୍ୟ କରୁଥିବା ଅଙ୍ଗନୱାଡ଼ି କର୍ମୀ କିଭଳି ଭାବେ ଉକ୍ତ କାର୍ଯ୍ୟର ତଦାରଖ କରିପାରିବେ ଏବଂ କୋମଳ ମତି ଶିଶୁ ମାନେ ଯେପରି ସୁଷମ ଖଦ୍ୟ ଓ ଶିକ୍ଷା ରୁ ବଞ୍ଚିତ ନ ହେବେ ସେନେଇ ଆଲୋଚନା କରାଯାଇଥିଲା। ବିଶେଷ କରି ବାଲ୍ୟ ବିବାହ ରୋକିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ସେଗୁଡ଼ିର ସୁବିଧା ସାଧାରଣ ଲୋକେ କିପରି ପାଇପାରିବେ ଏବଂ ସଚେତନ ହୋଇପାରିବେ ସେଥି ପ୍ରତି ଦୃଷ୍ଟି ଆକର୍ଷଣ କରା ଯାଇ ଥିଲା। ଆୟୋଜିତ କାର୍ଯ୍ୟକ୍ରମ ପରିଚାଳନା ରେ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମୀ ରସାନ୍ତ ପାଲଟା ସିଂ, ଜିତେନ୍ଦ୍ର ଉଥାନ ସିଂ, ସଞ୍ଜୟ ଦିଗାଲ, ଆକାଶ ସିଂ, ସୁଧାକର ନାୟକ ସହଯୋଗ କରିଥିଲେ। ଉପସ୍ଥିତ ସରପଞ୍ଚ ଓ ଅଙ୍ଗନୱାଡ଼ି କର୍ମୀ ମାନେ ଆଗାମୀ ଦିନରେ ଅଞ୍ଚଳ ରେ ବାଲ୍ୟ ବିବାହ ମୁକ୍ତ ଅଞ୍ଚଳ ଗଠନରେ ସହାୟକ ହେବ ବୋଲି ଶପଥ କରିଥିଲେ।

ad-week
Leave A Reply

Your email address will not be published.