କୁଡୁମୁଲୁଗୁମ୍ମା ବ୍ଳକ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଦିବ୍ୟାଙ୍ଗ ଛାତ୍ର ବିଶ୍ଵଜିତ୍ ସମ୍ମାନିତ

add-all

ମାଲକାନଗିରି (୦୭/୦୭) : ଦୃଢ ଇଛାଶକ୍ତି ଯୋଗୁଁ ସବୁ ଅସମ୍ଭବକୁ ସମ୍ଭବ କରିହୁଏ ;ଏହି ଉକ୍ତିର ସାର୍ଥକତା ଆଜି ସମ୍ଭବ କରିଦେଖାଇଛନ୍ତି, ଦିବ୍ୟାଙ୍ଗ ଛାତ୍ର ବିଶ୍ଵଜିତ୍ ସାହୁ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପରିଚାଳିତ ଚଳିତ ବର୍ଷ ୨୦୨୨ ର ମାଟ୍ରିକ ପରୀକ୍ଷାରେ ସେକେଣ୍ଡ ଡିଭିଜନରେ କୃତିତ୍ଵର ସହ ସେ ପାଶ୍ କରିଛନ୍ତି । ବ୍ଲକ ଶିକ୍ଷା ଅଧିକାରୀ, କୁଡୁମୁଲୁଗୁମ୍ମା ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବିଶ୍ଵଜିତ୍ ଏହି ପ୍ରତିଭାର ଅଧିକାରୀ ହୋଇପାରିଛନ୍ତି । ସଂପୂର୍ଣ୍ଣ ଶାରିରୀକ ଓ ଅର୍ଦ୍ଧ ମାନସିକ ଭିନ୍ନକ୍ଷମ ହୋଇଥିବାରୁ ବିଶ୍ଵଜିତ୍ ନିଜେ ବିଦ୍ୟାଳୟ ଯାଇ ଶିକ୍ଷା ଗ୍ରହଣ କରିବା ସମ୍ଭବ ହେଉ ନଥିଲା । ସୁଶ୍ରୀ ଗାୟତ୍ରୀ ଦେବୀଙ୍କ ଚେଷ୍ଟା ଓ ଅଭିଭାବକଙ୍କ ପ୍ରଚେଷ୍ଟା ସହ ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ କୁଡୁମୁଲୁଗୁମ୍ମାର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି କର୍ମକର୍ତ୍ତାଙ୍କ ସହଯୋଗ ବଳରେ ଏହା ସାକାର ହୋଇଛି । ଆଜି ଏକ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ସଭାରେ ବିଶ୍ଵଜିତଙ୍କ ଘରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ହେମନ୍ତ କୁମାର ନାୟକ, ଯୁବ ସମାଜସେବୀ ଗୋପୀ ପାଙ୍ଗି, ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡ, ସିଆରସିସି ଅଜୟ ପୃଷ୍ଟି, ସାମାଜିକ କର୍ମୀ ଭଗବାନ ସାହୁ, ଯୁବ କବି ତଥା ଶିକ୍ଷକ ସଂଘ ସମ୍ପାଦକ ବଳରାମ ପୂଜାରୀ, କାର୍ଯ୍ୟାଳୟ ସହାୟକ ଅନନ୍ତ କୁମାର ଦୋରା ପ୍ରମୁଖ ଉପସ୍ଥିତ ହୋଇ ଫୁଲତୋଡା ଓ ଉପହାର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ad-week
Leave A Reply

Your email address will not be published.