ସ୍ତ୍ରୀର ବେକ କାଟିଲା ସ୍ୱାମୀ

add-all

ଫୁଲବାଣୀ :-କନ୍ଧମାଳ ଜ଼ିଲ୍ଲା କ ନୂଆଗାଁ ଥାନା ଅନ୍ତର୍ଗତ ବୁଡୁ ମାହା ରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି l ସ୍ତ୍ରୀର ବେକକୁ କଟୁରୀ ରେ କାଟିଦେଲା ସ୍ୱାମୀ l ଗୁରୁବାର ସକାଳୁ ପାରିବାରିକ କହଳରୁ ଏଭଳି ଦୁଖଦ ଘଟଣା ଘଟିଛି l ସ୍ତ୍ରୀ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତୀଥିଲେ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି lସୂଚନା ଯୋଗ୍ୟ ଯେ ବୁଡ଼ୁମାହା ଗ୍ରାମର ବିସ୍ମିତା ମଲିକ, ସୁଢୁମିଲା ଗାଁର ମଣ୍ଟୁ ମଲିକକୁ ବିବାହ କରିଥିଲେ ହେଲେ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ କଳି ଝଗଡା ଲାଗି ରହିଥିଲା l ସ୍ୱାମୀ ଓ ଶାଶୂଘରର ଗଞ୍ଜଣା ସହ୍ୟ କରିନପାରି ବିସ୍ମିତା ବାପା ଘରକୁ ଆସିଥିଲେ ହେଲେ ଆଜିଗୁରୁବାର ଉତ୍ୟକ୍ତ ହୋଇ ମଣ୍ଟୁ ଶଶୁର ଘର ଗାଁକୁ ଯାଇ ପତ୍ନୀ ବିସ୍ମିତା ଗାଧେଇକି ଘରକୁ ପଶିବା ପରେ ମଣ୍ଟୁ ଏହିଭଳି କାଣ୍ଡ ଭିଆଇଥିବା ଜଣା ପଡିଛି l
ସସ୍ମିତାକୁ ରକ୍ତାକ୍ତ ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ l ପ୍ରଥମେ କ. ନୂଆଗାଁ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି l ପରିବାର ଲୋକଙ୍କ ଅଭିଯୋଗ ପରେ କ ନୂଆଗାଁ ଥାନା ପୋଲିସ ଏହାର ତଦନ୍ତ କରୁଛି l
ମଣ୍ଟୁ ପୂର୍ବରୁ ମଧ୍ୟ ପତ୍ନୀ ବିସ୍ମିତାଙ୍କୁ ଆକ୍ରମଣ ଉଦ୍ୟମ କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି l

ad-week
Leave A Reply

Your email address will not be published.