
ହିଞ୍ଜିଳିକାଟୁ(୭।୭) : ଗୁରୂବାର ଦିନ ଗଞ୍ଜାମ ଜିଲ୍ଲାପାଳ ଦିଵ୍ୟ ଜ୍ୟୋତି ପରିଡ଼ା ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଳକ ନିର୍ମାଣଧିନ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ସହ ଜିଲ୍ଲାର ସମସ୍ତ ବ୍ଲକ ବିଡିଓ, ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକାରୀ, ଟିପିଏସ ଓବଡିଏଲ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗର ଅଧିକାରୀ, ଜଳସେଚନ ବିଭାଗ ଓ ଜାତୀୟ ରାଜପଥ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଓ ମୁଖ୍ୟ ମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। ହିଞ୍ଜିଳିକାଟୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଉପସ୍ଥିତ ସମସ୍ତ ବିଭାଗୀୟ ଅଧିକାରୀ ସହ କେଉଁ କେଉଁ ସବୁ ଉନ୍ନୟନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ କେଉଁ ସବୁ ପ୍ରକଳ୍ପ ନିର୍ମାଣାଧୀନ ରହିଛି ତାହା ଆଲୋଚନା କରିଥିଲେ।କେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଅସୁବିଧା ସୃଷ୍ଟି ହେଉଛି ଏବଂ ଲୋକଙ୍କ ସୁବିଧା ପାଇଁ କେଉଁ ସବୁ ଉନ୍ନୟନ ପ୍ରକଳ୍ପର ଜରୁରୀ ଆବଶ୍ୟକତା ରହିଛି ସେ ସମ୍ପର୍କରେ ପଚାରି ବୁଝିଥିଲେ। ଵର୍ଷା ଦିନ ହେତୁ ଡ୍ରେନେଜ ସମସ୍ୟା ଉପରେ ଆଲୋଚନା ଓ ପାଣି ପାଇଁ ସମସ୍ୟା ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ଶେରଗଡ ବ୍ଳକ ପରିଷର ସଭାଗ୍ରୁହରେ ଅଧିକାରୀ ମାନଙ୍କୁ ନେଇ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାପାଳ ଙ୍କ ଗସ୍ତ ସମୟରେ ହିଞ୍ଜିଳି ବିଡିଓ ସୁଵ୍ରତ କୁମାର ଜେନା,ହିଞ୍ଜିଳିକାଟୁ ପୌରପାଳିକା ନିର୍ବାହୀ ଅଧିକାରୀ ଡ଼ଃ ମନୋରଞ୍ଜନ ସାହୁ,ଙ୍କ ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ର ବିଡିଓ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।