ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ରାଗିଂ ନିରୋଧ ବୈଠକ ଅନୁଷ୍ଠିତ

add-all

ମାଲକାନଗିରି : ଆଜି ଅପରାହ୍ନ ସମୟ ୩.୦୦ ଘଟିକାରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଏକ ରାଗିଂଗ ନିରୋଧ ବୈଠକ ଜିଲ୍ଲାପାଳ ଶ୍ରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଟାନର ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀମାନଙ୍କର ଅସୁବିଧାକୁ କିପରି ଭାବରେ ସହଜରେ ଦୂରିକରଣ କରାଯିବା ସହ ଆମ ଜିଲ୍ଲାକୁ କିପରି ରାଗିଂଗ ମୁକ୍ତ ରଖା ଯାଇପାରିବ ସେହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଥିଲେ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବୀରସେନ ପ୍ରଧାନ , ମାଲକାନଗିରି ବି ଡି.ଓ ଶ୍ରୀ ଅଜୟ ପ୍ରଧାନ ଏବଂ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଉପସ୍ଥିତ ଥିଲେ ଏହି ବୈଠକୁ ଅତିରିକ୍ତ ଜିଲ୍ଲାପାଳ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.