ତନୁଶ୍ରୀ ଦଶମ ଶ୍ରେଣୀ ବୋର୍ଡପରୀକ୍ଷାରେ ଜିଲ୍ଲା ଟପ୍ପର

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଜି ଉଦୟଗିରି ଅନ୍ତର୍ଗତ ରୁଦାଙ୍ଗିଆ ସ୍ଥିତ ବାଲଗଙ୍ଗାଧର ତିଲକ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ତନୁଶ୍ରୀ ଆଚାର୍ଯ୍ୟ ଚଳିତ ବର୍ଷ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ମୋଟ ୬୦୦ ନମ୍ବରରୁ ୫୮୦ ମାର୍କ ରଖି କନ୍ଧମାଳ ଜିଲ୍ଲା ଟପର ହୋଇଛନ୍ତି। ତନୁଶ୍ରୀ ହେଉଛନ୍ତି ସ୍ଥାନୀୟ ସହରର ପ୍ରତିଷ୍ଠିତ ବ୍ୟବସାୟୀ ଅଶୋକ ଆଚାର୍ଯ୍ୟଙ୍କ ବଡ଼ ଝିଅ। ମାତା ସାବେରୀ ଆଚାର୍ଯ୍ୟ ଜଣେ ଗୃହିଣୀ। ନିଜ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ସେ ନିଜ ମାର୍କ ଦେଖି ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ନିଜ ବିଦ୍ୟାଳୟର ଗୁରୁଜୀ ଗୁରୁମା,କୋଚିଂ ସେଣ୍ଟରର ସମସ୍ତ ଶିକ୍ଷକ ବୃନ୍ଦଙ୍କ ଚେଷ୍ଟା ସହ ନିଜ ପରିଶ୍ରମ ର ଫଳ ମିଳିଥିବା କହିଛନ୍ତି ।ଏହାସହ ନିଜ ପିତା, ମାତା,ଜେଜେବାପା ଏବଂ ଗୁରଜନମାନଙ୍କ ଆଶୀର୍ବାଦ ର ଫଳ ଆଜି ମୋତେ ମିଳିଛି ବୋଲି କହିଛନ୍ତି ତନୁଶ୍ରୀ। ଆଗକୁ ସେ ୨ବିଜ୍ଞାନରେ ପାଠ ପଢିବା ସହ ଭବିଷ୍ୟତରେ ଆଗକୁ ବଢିବା ନିମନ୍ତେ ଚେଷ୍ଟା କରିବି।

ad-week
Leave A Reply

Your email address will not be published.