ତୁମୁଡିବନ୍ଧ ସରସ୍ବତୀ ଶିଶୁ ମନ୍ଦିରରେ ବୃକ୍ଷରୋପଣ

add-all

ଫୁଲବାଣୀ : ବୃକ୍ଷ ହିଁ ଜୀବନ l ବୃକ୍ଷ ଦ୍ୱାରା ସକଳ ଜୀବ ଜଗତ ର ଅସ୍ଥିତ୍ୱ ରହିଛି l ଆଜିର ପ୍ରଦ୍ୟୁଷିତ ପରିବେଶରେ ବୃକ୍ଷ ହିଁ ମାନବ ସମାଜ ପାଇଁ ମହୌଷଧି l ତେଣୁ ଘରେ ଘରେ ଗଛ ଲଗାଇବାର ଆବଶ୍ୟକତା ରହିଛି ବୋଲି ତୁମୁଡିବନ୍ଧ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବୃକ୍ଷରୋପଣ ଅବସରରେ ପ୍ରଧାନ ଆଚାର୍ଯ୍ୟ ତଥା ଶିଶୁ ସାହିତ୍ୟିକ ଶ୍ରୀ କୈଳାଶ ଚନ୍ଦ୍ର ଧଳ ଶିଶୁ ମାନଙ୍କୁ ପରାମର୍ଶ ଦେବା ସହ ସମସ୍ତ ଶିଶୁ ନିଜ ବାଡ଼ି ବଗିଚାରେ ଗୋଟେ ଲେଖା ଗଛ ଲଗାଇ ତାର ଯତ୍ନ ନେବାକୁ କହିଥିଲେ l ଶିଶୁ ମାନେ ପରମ ଆଗ୍ରହରେ ଗୁରୁଜୀ ଗୁରୁମା ଙ୍କ ସହ ମିଶି ଗଛ ଲଗାଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପରିଚାଳନା ସମିତିର ସଭାପତି ଶ୍ରୀ ପୁରୁଷୋତ୍ତମ ଲେଙ୍କା, ଗୁରୁଜୀ ଅଭିମନ୍ୟୁ ନାୟକ, ଗୁରୁମା ସସ୍ମିତା ପଣ୍ଡା, ସରସ୍ବତୀ ନାୟକ ପୁଷ୍ପଲତା ନାୟକ ପ୍ରମୁଖ ଗଛ ଲଗାଇଥିଲେ l

ad-week
Leave A Reply

Your email address will not be published.