ଆଡପମଣ୍ଡପରେ ଲକ୍ଷ୍ମୀ ନୃସିଂହ କଳା ମନ୍ଦିରର ସାଂସ୍କୃତିକ ସଂଧ୍ୟା

add-all

ହିଞ୍ଜିଳିକାଟୁ, ୯।୭ : ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପକ୍ଷରୁ ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ ଅସ୍ଥାଇ ଆଡପ ମଣ୍ଡପରେ ଶୁକ୍ରବାର ଉଦଯାପନୀରେ ସାଂସ୍କୃତିକ ସଂଧ୍ୟା ଦର୍ଶକ ଙ୍କ ମନକୁ ମୋହିତ କରିଛି। ଅଞ୍ଚଳରେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି କଳାମନ୍ଦିର ଓଡିଶୀ, ଶାସ୍ତ୍ରୀୟ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ କ୍ଷେତ୍ରରେ ଗବେଷଣା ସହ ଶତାଧିକ କୃତି କଳାକାର ତିଆରି ଅନୁଷ୍ଠାନ ଭାବେ ରାଜ୍ୟରେ ପ୍ରତିଷ୍ଠିତ। ତବଲା, ମୃଦଙ୍ଗ ବାଦକ ୯୦ ବର୍ଷୀୟ ଗୁରୁ ଭୁବନେଶ୍ୱର ସେନାପତି, ଗୁରୁ ସତ୍ୟ ନାରାୟଣ ସାହୁ ଙ୍କ ପରିଚାଳନାରେ ଶୁକ୍ରବାର ସନ୍ଧ୍ୟାରେ ମିନିଷ୍ଟାଡିୟମ ପରିଷରରେ କୁନି କଳାକାର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆଡପମଣ୍ଡପରେ ଗୁଣ୍ଡିଚା ଯାତ୍ରା ର ପ୍ରମୁଖ ଆକର୍ଷଣ ସାଜିଥିଲା। ପୌର ଏଥିରେ ବର୍ଷୀୟାନ ଗୁରୁ ଭୂବନେଶ୍ବର ସେନାପତିଙ୍କ ସୁଲଳିତ କଣ୍ଠରେ ଶ୍ରୀ ଗଣେଶ ବନ୍ଦନା ସହ ଗୀତ ଗୋବିନ୍ଦରୁ ଶ୍ରୀ ଜଗନ୍ନାଥ ଜଣାଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ମଞ୍ଚ ଉପରେ ଓଡ଼ିଶୀ ସଙ୍ଗୀତ ଗବେଷକ ଗୁରୁ ନରସିଂହ ସାହୁ, ଗୁରୁ ରମାକାନ୍ତ ସାହୁ, ଗୁରୁ ମାନସ ରଞ୍ଜନ ରଥ ଅନୁଷ୍ଠାନିକ ଭାଵେ ପ୍ରଦ୍ବିପ ପ୍ରଜ୍ଜଳନ କରି ଶୁଭାରମ୍ଭ କରିଥିଲେ। ଗୁରୁ ସତ୍ୟନାରାୟଣ ସାହୁ, ଗୁରୁ ଲିଙ୍ଗରାଜ ସେନାପତି, ଗୁରୁ ଦିଲ୍ଲିପ କୁମାର ସାହୁ, ରମାକାନ୍ତ ସାହୁ ଉପସ୍ଥିତ ଥିଲେ।


କାର୍ଯ୍ୟକ୍ରମକୁ ନିରଞ୍ଜନ ସାହୁ ପରିଚାଳନା କରିଥିଲେ। କୁନି ଶିଶୁକଳାକାରଙ୍କ ଦ୍ବାରା ଗୁରୁ ବନ୍ଦନା ସଙ୍ଗୀତ ଠାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଦୀର୍ଘ ୪ଘଣ୍ଟା ଧରି ଓଡ଼ିଶୀ ନୃତ୍ୟ, ଯନ୍ତ୍ର ସଙ୍ଗୀତ ଇତ୍ୟାଦିର ପରିବେଷଣ ଶହ ଶହ ଯାତ୍ରା ପ୍ରେମୀଙ୍କ ମନ ମୋହିଥିଲା।ବଣିକ ସଂଘ ସଭାପତି ତଥା ଆଇନଜୀବୀ ନୃସିଂହ ପ୍ରସାଦ ପଟ୍ଟନାୟକ, ସମ୍ପାଦକ ବିଶ୍ବମ୍ବର ସାହୁ, ଶିକ୍ଷକ ଅଖିଳ କୁମାର ପଣ୍ଡା, ପର୍ଶୁରାମ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।।

ad-week
Leave A Reply

Your email address will not be published.