ରାଇଘର ବାହୁଡାଯାତ୍ରାରେ ବିଶାଳ ଭକ୍ତ ସମାଗମ

add-all

ଉମରକୋଟ : ଆଜି ବାହୁଡାଯାତ୍ରାରେ ରାଇଘରରେ ଜଗତରନାଥ ଜଗନ୍ନାଥଙ୍କ ଭକ୍ତଙ୍କର ବିଶାଳ ସମାଗମ ଦେଖିବାକୁ ମିଳିଲା | ଦୁର୍ଗାପୂଜା ମନ୍ଦିର (ମାଉସୀ ମା )ରୁ ରଥ ଟଣା ହୋଇ ଚପକା ମନ୍ଦିର ଯାଏ ଯାଇଥିଲା | ବିଗତ ଦୁଇ ବର୍ଷ କରୋନାକାଳ ଥିବାରୁ ବହୁ ଭକ୍ତ ମହାପ୍ରଭୁର ଆଶୀର୍ବାଦରୁ ବଞ୍ଚିତ ଥିଲେ, ନଡ଼ିଆ କଦଳୀ କାକରା ପିଠା ଭୋଗ ଦେଇ ମହାପ୍ରଭୁଙ୍କୁ ନିଜ ପରିବାର ଯେମିତି ସୁଖରେ ଥାଏ ଭକ୍ତି ସହକାରେ ଆଖିରେ ଲୁହ ନେଇ ପୂଜା ଅର୍ଚ୍ଚନା ସହ ଆଶୀର୍ବାଦ ମାଗିବାକୁ ଦେଖିବାକୁ ମିଳିଲା | ମେଘୁଆ ପାଗ ସହିତ ବର୍ଷା କୁ ବେଖାତିର କରି ଭକ୍ତ ମାନେ ମନର ଆନନ୍ଦେ ଖୁସି ଖୁସି ମହାପ୍ରଭୁଙ୍କୁ ରଥ ଟାଣି ନେଇ ଜଗନ୍ନାଥ ମନ୍ଦିରକୁ ନେଲେ | ରାଇଘରର ଲମ୍ବୁଧର ମାଝୀ (ସରପଞ୍ଚ ) ସଭାପତି, ସମ୍ପାଦକ ଶରତ ବାରିକ, କୋଷାଧ୍ୟକ୍ଷ ଦିବାକର ନାୟକ,( ଉପଦେଷ୍ଟା କମିଟି ) ଦେବେନ୍ଦ୍ର ପ୍ରସାଦ ବଲ (ଗୋଷ୍ଠୀ ଉନ୍ନୟନ ଅଧିକାରୀ ) ଜଗ ପୂଜାରୀ (ଏଡିସନାଲ ତହସିଲଦାର ) ବିଜୟ କୁମାର ସେଠି (ABDO) ଟଙ୍କଗିରି ଭୋଇଁ (ଥାନା ଭାରପ୍ରାପ୍ତ ଅଧିକାରୀ ) ସହାଦେବ ଗଣ୍ଡ ଜଗନ୍ନାଥ ମନ୍ଦିର ସଭାପତି ପ୍ରମୁଖ ବାହୁଡା଼ ରଥ ଯାତ୍ରାର ଦାୟିତ୍ୱ ନେଇ ସୁରୁଖରେ ସେମାନଙ୍କୁ କାର୍ଯ୍ୟ ସମ୍ପାଦନ କରିଥିଲେ |

ad-week
Leave A Reply

Your email address will not be published.