କେନ୍ଦ୍ରମନ୍ତ୍ରୀ ଜହନ ବାରଲାଙ୍କ ଦାରିଙ୍ଗବାଡି ଗସ୍ତ

add-all

ଦାରିଙ୍ଗବାଡି : କେନ୍ଦ୍ର ସଂଖ୍ୟା ଲଘୁ ସମ୍ପ୍ରଦାୟ ମନ୍ତ୍ରୀ ଜହନ ବାରଲା ଆଜି ଶନିବାର ଦାରିଙ୍ଗବାଡ଼ି ଗସ୍ତରେ ଆସି ଅଂଚଳରେ ଚାଲିଥିବା କେନ୍ଦ୍ର ସରକାର ଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ସଂଖ୍ୟା ଲଘୁ ସମ୍ପ୍ରଦାୟର ପ୍ରତିନିଧି ମାନଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ବିକାଶ ମୂଳକ କାର୍ଯ୍ୟ ଯେପରି ଅଧିକ ତ୍ୱରାନ୍ୱିତ ହୋଇପାରିବ ସେଥିପ୍ରତି ଦୃଷ୍ଟି ଦେବାଲାଗି କେନ୍ଦ୍ରମନ୍ତ୍ରୀ ଯୋହନ ବାରଲା ପରାମର୍ଶ ଦେଇଥିଲେ l ପରେ ବିଜେପି ଦଳୀୟ କର୍ମୀ ଓ ନେତାଙ୍କ ସହ ସାଙ୍ଗଠନିକ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ l ମନ୍ତ୍ରୀଙ୍କ ଗସ୍ତ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲା ବିଜେପି ସଭାପତି ଜଗନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ବିଜେପି ଜିଲା ଉପସଭାପତି ରମେଶ ଚନ୍ଦ୍ର ମହାନ୍ତି, ବି ଜେପି ଓବିସି ସଭାପତି ହିରେନ କୁମାର ସାହୁଙ୍କ ସମେତ ରାଜ୍ୟ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.