ବିଭିନ୍ନ ଜନ ହିତକର ଯୋଜନା ଓ ସମସ୍ୟା ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ

add-all

ଦାରିଙ୍ଗବାଡି (୯/୭) : କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ର ମନ୍ତ୍ରୀ ଜୋହନ ବାର୍ଲା ତିନି ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ଆଜି ଦ୍ବିତୀୟ ଦିନରେ ବିଜେପି ଜିଲା ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର ଓ ଜିଲା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ ଓ ରମେଶ ଚନ୍ଦ୍ର ମହାନ୍ତି ସହ ଦାରିଙ୍ଗବାଡ଼ିରେ ପହଞ୍ଚି ଥିଲେ। ପୁର୍ତ୍ତ ବିଭାଗ ବଙ୍ଗଳାରେ ଦାରିଙ୍ଗବାଡ଼ି, ବ୍ରାହ୍ମଣୀଗାଁ ଓ ପଡ଼ୋଶୀ ଗଜପତି ଜିଲ୍ଲା ମୋହନା ବ୍ଳକର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସହ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ମିଶ୍ର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବିଜେପି କର୍ମୀଙ୍କ ବୈଠକରେ ଯୋଗଦେଇ କେନ୍ଦ୍ରର ଯୋଜନା ସଂପର୍କ ସୂଚନା ଦେବା ସହ ଆଗାମୀ ୨୦୨୪ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ବିଜୟୀ କରିବା ପାଇଁ ସାଙ୍ଗଠାନିକ ସୁଦୃଢ଼ କରିବା ପାଇଁ ଗୁରୁମନ୍ତ୍ର ଦେଇ ଥିଲେ। ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମରେ ଦାରିଙ୍ଗବାଡ଼ି ମଣ୍ଡଳର ସମ୍ପାଦକ ମିଟୁ ସାହୁ, ଆଦିବାସୀ ମୋର୍ଚ୍ଚା ଉପ ସଭାପତି ଜୟଚନ୍ଦ୍ର ପଡ୍ରା, ଓବିସି ମୋର୍ଚ୍ଚା ସଭାପତି ହରେନ ସାହୁ, ଜିଲ୍ଲା ସମ୍ପାଦକ ମହେଶ୍ବର ସାହୁ, ପ୍ରଭାକର ସାହୁ, ଅରୁଣ ପ୍ରଧାନ, ବରିଷ୍ଠ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଦିବ୍ୟସିଂହ ପାତ୍ର, ସମ୍ପଦକ ଗଣେଷ ଡାକୁଆ, ଶ୍ୟାମ ମହାଙ୍କୁଡ, ବ୍ରାହ୍ମଣୀଗାଁ ସରପଞ୍ଚ ସଂଯୁକ୍ତା ମଲିକଙ୍କ ସହ ବ୍ଲକ ଅଞ୍ଚଳର ବହୁ ବିଜେପି କର୍ମୀ ଉପସ୍ଥିତ ରହି ଥିଲେ। କାର୍ଯ୍ୟ କ୍ରମ ଶେଷରେ ମନ୍ତ୍ରୀ ଜି. ଉଦୟଗିରି ଅଭିମୁଖେ ବାହାରି ଯାଇଥିଲେ।

ad-week
Leave A Reply

Your email address will not be published.