ବାଣୀବିହାରରେ ବାହୁଡା ଯାତ୍ରା

add-all

ଭୁବନେଶ୍ବର : ଆଜି ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ସମାପନ ହୋଇଯାଇଛି । ସକାଳୁ ମାଧ୍ୟାନ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି ପହଣ୍ଡି ବିଜେ ପାଇଁ ପଥ ପ୍ରସ୍ତୁତି କରାଯାଇଥିଲା। ସହ ସହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ମନ୍ଦିର ପରିସର ଘଣ୍ଟ, ଘଣ୍ଟା, କାହାଳି, ବାଜାବାଦ୍ୟ ସାଙ୍ଗକୁ ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହୋଇ ଚଳଚଞ୍ଚଳ ହୋଇଉଠିଥିଲା ବାଣୀବିହାରର । ପ୍ରଥମେ ସୁଦର୍ଶନଙ୍କ ପରେ ବଳଭଦ୍ର ଓ ଦେବୀ ସୁଭଦ୍ରା ଏଂବ କାଳିଆ ଠାକୁର ରଥକୁ ପହଣ୍ଡି ବିଜେ କଲା ପରେ ରଥାରୁଢ଼ ହେଲେ ।

ସମଗ୍ର ପରିବେଶ ଜଗନ୍ନାଥମୟ ହେଲା ପରେ, ସମସ୍ତ ମନ୍ଦିର କର୍ମକର୍ତ୍ତା ଏବଂ ଜଗନ୍ନାଥ ସେବକ ମାନେ ଶ୍ରୀଜୀଉଙ୍କ ପୁରୀ ଗୁଣ୍ଡିଚା ଯାତ୍ରା ବିଧି ଅନୁଯାୟୀ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଶ୍ରୀଜୀଉଙ୍କ ରଥ ଉପରେ ଜଗନ୍ନାଥଙ୍କର ରୀତିନୀତି ଅନୁସାରେ ଛେରା ପହଁରା କରିବା ପାଇଁ ଆମନ୍ତ୍ରଣ କରି ଥିଲେ। । ପ୍ରଥମ ଥର ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଶ୍ରୀଜୀଉଙ୍କ ରଥ ଉପରେ ଛେରା ପହଁରା କରି ପୁଣି ଏକ ଐଁତିହାସିକ ମୁହୁର୍ତ୍ୱ୍ୱ ଗଢି ସମସ୍ତ ଉତ୍କଳ ବିଶ୍ୱବିଦ୍ୟାଳୟକୁ ଆନନ୍ଦିତ କରିଦେଇଥିଲା । ଏହାପରେ ୨୮ଫୁଟ ଲମ୍ବର ରଥ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ରଥକୁ ବନ୍ଦାପନା କରି ବାହୁଡା ରଥଟଣା ଆରମ୍ଭ ହୋଇଯାଇ ଥିଲା।

କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଭକ୍ତର ଭାବ ଓ ଆବେଗର ବନ୍ଧା କାଳିଆଠାକୁରଙ୍କ ଆଗରେ ଭକ୍ତିର ସହ ଉତ୍କଳ ବିଶ୍ୱ ବିଦ୍ୟାଳୟର ଉନ୍ନତି, ସମସ୍ତ କର୍ମକର୍ତ୍ତା ଓ ପରିବାର, ଛାତ୍ର ଛାତ୍ରୀ ବୃନ୍ଦଙ୍କ ସୁଭ କାମନା ପାଇଁ ନିବେଦନ ପ୍ରାର୍ଥନ କରିଥିଲେ । ଏହି ଅବସରରେ କୁଳସଚିବ ଅଭୟ କୁମାର ନାୟକ, ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତାଙ୍କ ସମେତ ବାଣୀବିହାର ଜଗନ୍ନାଥ ମନ୍ଦିର ସଭାପତି, କର୍ମକର୍ତ୍ତା, ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀମାନେ ଯୋଗଦେଇଥିଲେ।

ad-week
Leave A Reply

Your email address will not be published.