ରାଗିଙ୍ଗ୍ ଅପରାଧୀଙ୍କୁ ଗିରଫ ନକରି ରାଗିଙ୍ଗ୍ ଵିରୋଧରେ ଆନ୍ଦୋଳନ କାରୀଙ୍କୁ ପୋଲିସର ନାଲିଆଖି…

add-all

ପୋଲିସ ର ଲାଠି ଚାଳନା ଓ ଗିରଫଦାରି…

ଭୁବନେଶ୍ଵର : ଵିଜେଵି କଲେଜର ରାଗିଙ୍ଗ୍ ଜନିତ ମୃତ ରୁଚିକା ମହାନ୍ତିଙ୍କ ମା’ଆ ଵିଦ୍ଯୁତ ପ୍ରଭା ମହାନ୍ତି, ଏଆଇଏସ୍ଏଫ୍ ରାଜ୍ଯ ସଭାପତି ସଂଘମିତ୍ରାଜେନା,ରାଜ୍ଯ ଯୁଗ୍ମ ସମ୍ପାଦକ ଵିଵେକ କୃଷ୍ଣ,ସୁଚିସ୍ମିତା,ମନୋରଞ୍ଜନ,ନାରାୟଣ,ମନୋଜ,କାଜଲ ସମେତ ନଵନିର୍ମାଣର ମଧୁମିତା,ଶେଶଦେଵ ପ୍ରମୁଖଙ୍କୁ ଅତି ନିର୍ମମ ଓ ଅମାନୁଷିକ ଭାଵେ ଲାଠି ଚାଳନା ସହ ଗିରଫ କରିନେଉଛି ପୋଲିସ l କାହା ଇଙ୍ଗତରେ ପୋଲିସ ଏହି ଭଳି କାମ କରୁଛି ଏହାକୁ ନେଇ ପ୍ରଶ୍ନ ହେବା ସହ ରାଗିଙ୍ଗ୍ କରିଥିବା ଅପରାଧୀ ମାନେ କାହା ଛତ୍ର ଛାୟାରେ ଅଛନ୍ତି ତାହାକୁ ନେଇ ତୀବ୍ର ନିନ୍ଦା କରାଯାଉଛି ଏବଂ ପୋଲିସ ର ପାରିବା ପଣ ପ୍ରତି ଆଙ୍ଗୁଠି ଉଠିଲାଣି, ସୂଚନା ଯୋଗ୍ଯ ଯେ ଵିଜେଵି କଲେଜର +୩ ଛାତ୍ରୀ ରୁଚିକା ମହାନ୍ତି ରାଗିଙ୍ଗ୍ ଜନିତ ମୃତ୍ଯୁ ଘଟଣାର ଅପରାଧୀଙ୍କ ଉପରେ କାର୍ଯ୍ଯାନୁଷ୍ଠାନ ଓ ରାଗିଙ୍ଗ୍ ଵନ୍ଦ କରିଵା ଦାଵିରେ ରୁଚିକାଙ୍କ ମା’ ଵିଦ୍ଯୁତ ପ୍ରଭା ମହାନ୍ତି ଗତ ୨ଜୁଲାଇ ରୁ ବିଜେବି ସାମ୍ନା ରେ ଧାରଣା ଦେଉଛନ୍ତି।ଏହି ଲଢ଼େଇ କୁ ଏଆଇଏସ୍ଏଫ୍, ଏନ୍ଓ୍ଵାଇସିଏସ୍, ଛାତ୍ର କଂଗ୍ରେସ ଇତ୍ଯାଦି ସମର୍ଥନ ଜଣାଇ ଲଗାତର ଭାଵେ ତାଙ୍କ ସହ ଧାରଣା ଦେଇ ଆସୁଥିଲେ । ଏହି ଦିନ ରାତି ଧାରଣା ସମୟରେ ରାତିରେ ରହୁଥିଵା ଆନ୍ଦୋଳନକାରୀ ମାନେ ଫ୍ରେସ ହେବା ପାଇଁ ଯାଇଥିଵା ସମୟରେ ଵଡ଼ଗଡ଼ ଥାନା ପୋଲିସ ଏହି ଧାରଣା ଟେଣ୍ଟ ଭାଙ୍ଗି,ଟେଣ୍ଟ ର ସମସ୍ତ ସାମଗ୍ରୀ,ଚେୟାର ଵେଞ୍ଚ, ଵ୍ଯାନର,ପତାକା ଓ ଆନ୍ଦୋଳନକାରୀଙ୍କ କପଡା ଇତ୍ଯାଦି ସହ କିଛି ଆନ୍ଦୋଳନକାରୀଙ୍କୁ ଗିରଫ କରିଛି। ରେଗିଙ୍ଗ୍ ଯୋଗୁଁ ମୃତ୍ଯୁଵରଣ କରିଥିଵା ଛାତ୍ରୀକୁ ନିର୍ଜାତନା ଦେଇଥିଵା ଅପରାଧୀଙ୍କୁ ଧରିଵାରେ, ରେଗିଙ୍ଗ୍ ଅପରାଧକୁ ନିୟନ୍ତ୍ରଣ କରିଵା ପରିଵର୍ତ୍ତେ, ଦାୟିତ୍ୱରେ ହେଳା କରି ଥିଵା ଅଧିକାରୀଙ୍କ ଵିରୋଧରେ କାର୍ଯ୍ଯାନୁଷ୍ଠାନ ପରିଵର୍ତ୍ତେ ଯେଉଁମାନେ ନ୍ଯାୟ ଦାଵିରେ ଲଢ଼ୁଛନ୍ତି ସେମାନଙ୍କୁ କଳେ ବଳେ କୌଶଳରେ ଦମନ କରିବାର ଅପଚେଷ୍ଟା ଚଳାଇଛି ପୋଲିସ। ପୋଲିସର ଏତାଦୃଶ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ପରେ ସାଧାରଣ ଲୋକେ ଏହାର ତୀବ୍ର ନିନ୍ଦା ତଥା ସମାଲୋଚନା କରିଛନ୍ତି । ଆନ୍ଦୋଳନ ରୋକିବାରେ ପୋଲିସ୍ ଯେତିକି ଶକ୍ତି ଵିନିଯୋଗ କରୁଛି, ତା’ର ୪ ଭାଗରୁ ଭାଗେ ତଦନ୍ତରେ ଵିନିଯୋଗ କରିଥିଲେ ଅପରାଧୀ ଧରାପଡିଵା ସହ ରାଗିଙ୍ଗ୍ ଵନ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ପାରି ଥାଆନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ନଜରକୁ ଆସିଛି । ଆଜିର ଏହି ଘଟଣା କୁ ବୁଦ୍ଧିଜୀବୀ ଓ ସାଧାରଣ ରେ ନିନ୍ଦା କରାଯାଇଛି ଅତି ଶୀଘ୍ର ରୁଚିକା ଙ୍କୁ ନ୍ୟାୟ ଦେବା ସହ ଅପରାଧୀ ମାନଙ୍କୁ ଗିରଫ ନକଲେ ଆଗାମୀ ଦିନରେ ଆନ୍ଦୋଳନ ଅତି ତୀବ୍ର ହେବ ବୋଲି ବୁଦ୍ଧି ଜୀବି ମତ ଦେଇ ଛନ୍ତି

ad-week
Leave A Reply

Your email address will not be published.