ଜାତୀୟ ମତ୍ସ୍ୟ ଚାଷୀ ଦିବସ-୨୦୨୨ ପାଳିତ…

add-all


ଫୁଲବାଣୀ : ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ-୨୦୨୨ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କହଁର କହିଲେ ଯେ, ଜୁଲାଇ ମାସ ୧୦ ତାରିଖ ସମସ୍ତ ମତ୍ସ୍ୟ ଚାଷୀଙ୍କ ପାଇଁ ଏକ ସ୍ମରଣୀୟ ଦିବସ କାରଣ ଏହି ଦିନରେ ଭାରତୀୟ ମତ୍ସ୍ୟ କ୍ଷେତ୍ରକୁ ଏକ ଉଲ୍ଲେଖନୀୟ ସଫଳତା ମିଳିଥିଲା ଓ ଏହା ଓଡ଼ିଶା ମାଟିରେ ମିଳିଥିବାରୁ ପ୍ରତ୍ୟେକ ଓଡ଼ିଆ ଚାଷୀ ଏଥିପାଇଁ ଗର୍ବ ଅନୁଭବ କରିଥାନ୍ତି। ଏହି ବିରଳ ତଥା ମହତ୍ଵପୂର୍ଣ ସଫଳତାକୁ ମନେ

ରଖୁବା ପାଇଁ ଏହି ଦିନଟିକୁ ସାରା ଭାରତରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ଭାବେ ପାଳନ କରାଯାଉଛି । ଦେଶର ପ୍ରଗତି ଓ ବିକାଶରେ ମତ୍ସ୍ୟଚାଷୀ ତଥା ଉଦ୍ୟୋଗୀ ମାନଙ୍କର ଅବଦାନ କିଛି କମ୍ ନୁହେଁ । ଏକ ପୋଷଣୀୟ ମାଛ ବଂଶ ବୃଦ୍ଧି ସହ ସୁସ୍ଥ ପରିବେଶିକ ଜଳ ସମ୍ପଦର ସୁରକ୍ଷା ଓ ଏଥ୍ ସହ ଜଡ଼ିତ ପରିବାରଙ୍କ ଆର୍ଥିକ ବିକାଶକୁ ଗୁରୁତ୍ବ ଦେବାକୁ ସେ କହିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳବିଭାଜିକା, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ଉପ-ନିର୍ଦ୍ଦେଶକ, ଉଦ୍ୟାନ କୃଷି, ନିର୍ବାହୀ ଯନ୍ତ୍ରୀ, କୃଷି, ଜିଲ୍ଲା ପ୍ରକଳ୍ପ ସଂଯୋଜକ,ମିଶନ ଶକ୍ତି ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ନିଜ ନିଜ ବିଭାଗର ଯୋଜନା ସମ୍ବନ୍ଧରେ ଉପସ୍ଥିତ ଚାଷୀମାନଙ୍କୁ ଅବଗତ କରାଇଥିଲେ । ଏହି ଦିବସ ପାଳନକୁ ସଫଳ କରିବା ପାଇଁ ଜିଲ୍ଲାର ୧୦ ଗୋଟି ବ୍ଲକରୁ ପ୍ରାୟ ୫୦ରୁ ଅଧିକ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମତ୍ସ୍ୟ-ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ଏବଂ ଏହା ସହ ସମ୍ପୃକ୍ତ ସମସ୍ତ ହିତାଧିକାରୀ ମିଳିତ ହୋଇ

ad-week
Leave A Reply

Your email address will not be published.