ସରକାରଙ୍କ ଜମି ଉନ୍ନତିକରଣ କାର୍ଯ୍ୟ ପ୍ରଶଂସନୀୟ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ସୁଡୁରୁକୁମ୍ପା ପଞ୍ଚାୟତର ରାଣିପଥର, ଖାନ୍ଧୀକୁଟି ଗ୍ରାମରେ ଜମିର ଉନ୍ନତି କରିବା ପରେ ଅତି ସୁନ୍ଦର ଦେଖାଯାଉଛି। ଜମି ଉନ୍ନତିକରଣରେ ସରକାର ବର୍ଷ କୁ କୋଟି କୋଟି ଖର୍ଚ୍ଚ କରି ଦିନ ମଜୁରିଆଙ୍କ ପେଟ ପୋଷିବାରେ ମାହିର ଅଛନ୍ତି । ଏହି କାମରେ କୌଣସି ମେସିନ ଲଗାଯାଉନାହିଁ।ଏହି ଗ୍ରାମର ଲୋକମାନେ ଅର୍ଥାତ ଶ୍ରମିକମାନେ କାମ କରନ୍ତି ଏବଂ ଉଚିତ ମୁଲ୍ୟ ମଧ୍ୟ ପାଇଥିବା ପ୍ରକାଶ କରୁଛନ୍ତି।ଜବକାର୍ଡରେ ଲୋକମାନେ ବହୁତ ଉପକୃତ ହେଉଥିବା ଦେଖିବାକୁ ମିଳୁଛି ବୋଲି ଗ୍ରାମର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।ନୂଆ ମେମ୍ବର ମଧ୍ୟ ଗ୍ରାମର ଉର୍ଣ୍ଣତି ଦିଗରେ ମନ ବଳେଇଥିବା ଗ୍ରାମର ଲୋକମାନେ କହୁଛନ୍ତି। ସମାଜସେବୀ ତଥା ସମିତିସଭ୍ୟ ବୈଦ୍ୟନାଥ ବେହେରା ପଞ୍ଚାୟତର ସବୁ କାମ ଉପରେ ନଜର ରଖିଛନ୍ତି ଏବଂ ପଞ୍ଚାୟତର ଉର୍ଣ୍ଣତ ଚିନ୍ତା କରୁଥିବା ଦେଖିବାକୁ ମିଳିଛି।ଗ୍ରାମର କୌଣସି ଲୋକମାନେ ବିଡିଓ ଙ୍କ ପାଖରେ କୌଣସି ଅଭିଯୋଗ କରିନଥିବା ସମିତି ସଭ୍ୟ ବୈଦ୍ୟନାଥ ବେହେରା ପ୍ରକାଶ କରିଛନ୍ତି। ଖଜୁରିପଡା ବିଡିଓ ବ୍ଲକର ସବୁ ଅଞ୍ଚଳ ବୁଲାବୁଲି କରି ବ୍ଲକର ସବୁ କାମରେ ଆଗ୍ରହର ସହ କରୁଥିବା ଯୋଗୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରୁଛନ୍ତି।ପଞ୍ଚାୟତରେ ଜଣେ ଜଣାଶୁଣା ଏବଂ ଲୋକଙ୍କ ସୁଖଦୁଃଖରେ ଛିଡା ହେଉଥିବା ଠିକାଦାର ଅଶୋକ କୁମାର ବେହେରା ସଚ୍ଚୋଟ ଭାବେ ତଥା ଗ୍ରାମର ଉର୍ଣ୍ଣତିକୁ ଲକ୍ଷ କରି କାମ କରି ଆସୁଥିବା ଗ୍ରାମ ଲୋକମାନେ ପ୍ରକାଶ କରିଛନ୍ତି।ଅଶୋକ ବେହେରା ଜଣେ ଖାଲି ଠିକାଦାର ନୁହନ୍ତି ସେ ଜଣେ ସାହାଯ୍ୟ କାରୀ ଲୋକ ଅଟନ୍ତି।ଏହିଭଳି ଉତ୍ତମ କାର୍ଯ୍ୟ ପାଇଁ ଗ୍ରାମର ଲୋକେ ଅଶୋକ କୁ ବହୁତ ଭଲ ପାଆନ୍ତି।ଲୋକମାନେ ଅତି ଆନନ୍ଦର ସହ କାମକରି ଦି ପଇସା ପାଇଥାନ୍ତି।

ad-week
Leave A Reply

Your email address will not be published.