
ଦାରିଙ୍ଗବାଡ଼ି(୧୩/୭) : ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ପର୍ତ୍ତମାହା ପଞ୍ଚାୟତ ସ୍ଥିତ ସେବାଶ୍ରମ ସ୍କୁଲର କେତକ ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଶିକ୍ଷା ଦାନରେ ବାଧା ଉପୁଜିଛି। ଯାହାରି ଫଳରେ ପିଲାଙ୍କ ଭବିଷ୍ୟତ ନେଇ ଅଭିଭାବକ ମହଲରେ ଭାଳେଣି ପଡିଛି । ଖାଲି ଥିବା ଶିକ୍ଷକ ପଦବୀ ପୂରଣ ନେଇ ବହୁବାର ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜ ଯାଏ କୌଣସି ସୁଫଳ ପାଇନାହାନ୍ତି। ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୯୦ ଛାତ୍ର ଛାତ୍ରୀ ପଢୁଛନ୍ତି। ଏହି ଛାତ୍ର ଛାତ୍ରୀ ମଧ୍ୟରୁ ସ୍କୁଲ ନିବାସରେ ୧୭୦ ଛାତ୍ର ଛାତ୍ରୀ ରହିଛନ୍ତି। ଦୁଇ ଜଣ ଶିକ୍ଷକରେ ବିଦ୍ୟାଳୟ ଚାଲିଛି। ବିଦ୍ୟାଳୟଟି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନରେ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ସର୍ବାଙ୍ଗୀନ ବିକାଶ କଥା କହୁଥିବା ବେଳେ ୨ଜଣ ଶିକ୍ଷକରେ ବିଦ୍ୟାଳୟରେ ଶିକ୍ଷା ଦାନ ଚାଲିଛି।ପ୍ରଧାନ ଶିକ୍ଷକ ଅଫିସ କାମ ସହିତ ବିଏଲଓ କାମରେ ବ୍ୟସ୍ତ ରହୁଥିବା ବେଳେ ଆଉଜଣେ ଶିକ୍ଷୟତ୍ରୀ ହଷ୍ଟେଲ ଦାଇତ୍ୱ ବୁଝିବାରେ ସମୟ ଯାଉଛି। କୋଭିଡ ପରେ ବିଦ୍ୟାଳୟ ଖୋଲିଛି ସତ ପିଲା କେବଳ ମଧ୍ୟାହ୍ନ ଭୋଜନ ଖାଇ ଘରକୁ ଫେରୁ ଥିବା କୁହାଯାଉଛି। ଏହିସବୁ ଦୃଷ୍ଟିରୁ ଅଭିଭାବକ ମାନେ ଏକ ହୋଇ ଗତ ସମବାର ଦିନ ଜିଲା ପାଳଙ୍କୁ ସାକ୍ଷାତ କରି ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ କରିବାକୁ ଦାବିପତ୍ର ଦେଇ ଆସିଛନ୍ତି। ଆସନ୍ତା ୨୫ ତାରିଖ ସୁଧା ଶିକ୍ଷକ ନିଯକ୍ତି କରାନଗଲେ ପର୍ତ୍ତମାହା ଗ୍ରାମବାସୀ ସ୍କୁଲରେ ତାଲା ପକାଇ ବ୍ଲକ କାର୍ଯ୍ୟାଳରେ ଧାରଣାରେ ବସିବେ କହିଛନ୍ତି। ସେହିପରି ଅଲିପଦର ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ କଥା ନକହିବା ଭଲ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଇଁ ଜଣେ ଶିକ୍ଷକରେ ଚାଲିଛି ଶିକ୍ଷା ଦାନ। ଏହି ବିଦ୍ୟାଳୟରେ ୩୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷକ ଅଭାବରୁ କିଛି ଅଭିଭାବକ ନିଜ ପିଲାଙ୍କ ଭବିଷ୍ୟତ ଗଢିବା ନେଇଁ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇଥିବା ଜଣାପଡିଛି। ସ୍କୁଲର ପାରି ପାର୍ସିକ ପରିବେଶ ଠିକ ନାହିଁ କହିଲେ ଚଳେ। ଏଯାଏଁ ସ୍କୁଲ ନିରାପତା ଦୃଷ୍ଟିରୁ ପାଚେରିବି କରା ଯାଇ ନାହିଁ। ପରିଶ୍ରାଗାର କି ପାଇଖାନା ବି ନାହିଁ। ଏହି ସବୁ ଦୃଷ୍ଟିରୁ ଉଲିପଦର ଗ୍ରାମବାସୀ ବ୍ଲକରେ ଧାରଣା ଦେବାକୁ ପ୍ରସ୍ତୁତ ହେଉଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଛି।