ସୀମାନ୍ତ ମୋଟୁରେ ବନ୍ୟା ସ୍ଥିତି ପରଖିଲେ ଅତିରିକ୍ତ ଜିଲ୍ଲା ଅଧିକାରୀ

add-all

ମାଲକାନଗିରି/ କାଲିମେଳା : ଗତ ଚାରି ପାଞ୍ଚ ଦିନ ଧରି ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁର ପଡୋଶୀ ରାଜ୍ୟକୁ ସଂଯୋଗ କରିଥିବା ରାଜ୍ୟ ରାଜପଥ ବନ୍ୟା ଜଳରେ ବୁଡିବା ସହ ବିଜୟୱାଡା ରାଞ୍ଚି ଯୋଗାଯୋଗ ବିଛିନ୍ନ ହୋଇ ଶତାଧିକ ଟ୍ରକ ଗାଡି ମୋଟର ଅଟକି ରହିଛି |
ତେବେ ଆଜି ମୋଟୁ ଅତିରିକ୍ତ ତହସୀଲଦାର ସବିରଶେଖ ଏବଂ କାଲିମେଳା BDO ଉମାଶଙ୍କର ଦଳେଇ ମୋଟୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର ଖରାଙ୍କ ଉପସ୍ଥିତରେ ଅତିରିକ୍ତ ଜିଲ୍ଲା ପାଳ ମହେଶ୍ଵର ଚନ୍ଦ୍ର ନାୟକ ମୋଟୁ ଗସ୍ତରେ ପହଞ୍ଚି ସେଠାରେ ବନ୍ୟାର ସ୍ଥିତି ଅନୁଧ୍ୟାନ କରିବା ସହ ଅଟକି ରହିଥିବା ଯାତ୍ରୀଙ୍କ ସମସ୍ୟା ଏବଂ ଖାଇବା ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ |ସେଠାରୁ ମୋଟୁ ଜଗନ୍ନାଥ ଠାକୁରଙ୍କ ଦର୍ଶନ କରି ମୋଟୁ ମୁଗି ପଏଣ୍ଟ ଠାରେ ପହଞ୍ଚି ସେଠାରେ ଚାଲୁଥିବା ବ୍ରିଜ କାମ ଏବଂ ମୁଗି ପଏଣ୍ଟ ଠାରେ ଥିବା ତ୍ରିବେଣୀ ସଙ୍ଗମ ସ୍ଥଳ ବିଷୟରେ ଆଲୋଚନା କରିଥିଲେ |
ସେପଟେ ମୋଟୁ ପଞ୍ଚାୟତର ନଦୀ ପାର୍ଶ୍ଵରେ ରହିଥିବା ସମସ୍ତ ଗ୍ରାମ ବିଷୟରେ ମଧ୍ୟ ଆଲୋଚନା କରିଥିଲେ | ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସମସ୍ୟା ନଥିବା ବେଳେ ଆଘକୁ ଯଦି କୌଣସି ସମସ୍ୟା ଉପୁଜିଲେ ସେଥି ପ୍ରତି ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସଜାଗ ରହିଥିବା କହିଛନ୍ତି |

ad-week
Leave A Reply

Your email address will not be published.