
ମାଲକାନଗିରି,୧୩।୭ : ଭାରତୀୟ ଜନତା ପାର୍ଟି ମାଲକାନଗିରି ଜିଲ୍ଲା ପକ୍ଷରୁ ଆଜି ବାଲିମେଳା ଏନ.ଏ.ସି ନଗର ସ୍ଥିତ ଟାଉନ ହଲ ଠାରେ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ନିମାଇଁ ଚନ୍ଦ୍ର ପାଲଙ୍କ ଅଧକ୍ଷତାରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସାଙ୍ଗଠନିକ ସାଧାରଣ ସମ୍ପାଦକ ମାନସ ମହାନ୍ତି ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ତଥା ରାଜ୍ୟ ଉପସଭାପତି ବଳଭଦ୍ର ମାଝି, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୁର୍ବତନ ଜିଲ୍ଲା ସଭାପତି ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ପରିଡା, ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ପଦୁ ମାଝି, ଜିଲ୍ଲା ସଂଖ୍ୟା ଲଘୁ ମୋର୍ଚ୍ଚା ସଭାପତି ଜୋସେଫ ଦିଲୀପ, ପୁର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ ପ୍ରମୁଖ ମଞ୍ଚାସୀନ ଥିଲେ। ତେବେ ଏହି ଅବସରରେ ଜିଲ୍ଲାରେ ବିଜେପି ଦଳକୁ ସଙ୍ଗଠିତ କରିବା ସହ ତୃଣ ମୂଳ ସ୍ତରରେ ଯାଇ କର୍ମୀଙ୍କୁ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଜଣେ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଥିବା ବିଷୟ, ମାଲକାନଗିରି ଜିଲ୍ଲାକୁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଗସ୍ତ ସହ ରେଳ ଲାଇନ ସଂଯୋଗ ତଥା ରେଳ ବିଭାଗର ଟିକେଟ କାଉଣ୍ଟର, କୋଭିଡ ସମୟରେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ କୁ ଅକ୍ସିଜେନ ପ୍ଲାଣ୍ଟ, ଏକଲବ୍ୟ ବିଦ୍ୟାଳୟ ର ଭିତ୍ତି ପ୍ରସ୍ତର ସ୍ଥାପନ, ବେକାର ଯୁବକ ଯୁବତୀ ମାନଙ୍କ ପାଇଁ ଅଗ୍ନିବୀର ଯୋଜନା ଆଦି କେନ୍ଦ୍ର ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସମ୍ବନ୍ଧରେ ପୂର୍ବତନ ଜିଲ୍ଳା ସଭାପତି ଅଶୋକ ପରିଡା ଆଲୋଚନା କରିଥିଲେ। ଆଗାମୀ ଦିନରେ ହେବାକୁ ଥିବା ସାଂସଦ ଏବଂ ବିଧାୟକ ନିର୍ବାଚନ ରେ ଦଳ କିପରି ବିଜୟ ହାସଲ କରିବ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସାଧାରଣ ସମ୍ପାଦକ ଅକ୍ଷୟ ବିଶ୍ଵାଳ, ସାଧାରଣ ସମ୍ପାଦକ ମାଣିକଲାଲ ଚକ୍ରବର୍ତ୍ତୀ, ସମ୍ପାଦକ ନବଘନ ଲୋକେଇ, ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜୟ ସରକାର, ବାଲିମେଲା ନଗର ସଭାପତି ଶୁଭାଶିଷ କର, ସମ୍ପାଦକ ସୀମାଞ୍ଚଳ ପ୍ରଧାନ, କାଉନସିଲର ମନୋଜ ପାଙ୍ଗି, ବିମଳ ବେହେରା, ଜ୍ୟୋତିରାଣୀ ପଣ୍ଡା, ପୁଷ୍ପାଞ୍ଜଳି ଚାଲାଣ ଙ୍କ ସମେତ ବିଜେପି ର ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।